ETV Bharat / bharat

ଟ୍ରେନରେ ଭଜନ ଗାଇଲେ ଶିବରାଜ ସିଂହ ଚୌହାନ, ଭିଡିଓ ଭାଇରାଲ

author img

By

Published : Sep 2, 2019, 12:44 PM IST

ବିଦିଶାରୁ ଭୋପାଳ ଟ୍ରେନରେ ଫେରୁଥିବାବେଳେ ନିଜ ସାଥୀ ଯାତ୍ରୀଙ୍କ ସହ ଭଜନ ଗାଇ ଚର୍ଚ୍ଚାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ଭୋପାଳ: ମୁଖ୍ୟମନ୍ତ୍ରୀ ଥାଇ ଟ୍ରେନରେ ଯାତ୍ରା କରି ହେଉ କିମ୍ବା ଷ୍ଟେସନରେ ସିଙ୍ଗଡା ଖାଇ ନିଜ ଭିନ୍ନ ଅନ୍ଦାଜ ପାଇଁ ସର୍ବଦା ଚର୍ଚ୍ଚାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେ ଏବେ ମୁଖ୍ୟମନ୍ତ୍ରୀ ନାହାଁନ୍ତି ହେଲେ ତାଙ୍କର ଚିନ୍ତାଧାରା ଆଜି ବି ବଦଳିନାହିଁ । ପୁଣି ଥରେ ନିଜ ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବିଦିଶାରୁ ଭୋପାଳ ଟ୍ରେନରେ ଫେରୁଥିବାବେଳେ ଶିବରାଜ ନିଜ ସାଥୀ ଯାତ୍ରୀଙ୍କ ସହ ଭଜନ ଗାଇଛନ୍ତି । ଯାହାର ଏକ ଭିଡିଓ ଏବେ ସାମନାକୁ ଆସିଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଉକ୍ତ ଭିଡିଓରେ ଶିବରାଜ ଗୀତ ଗାଉଥିବାବେଳେ ଅନ୍ୟ ଯାତ୍ରୀମାନେ ତାଙ୍କ ଗୀତରେ ତାଳ ମିଶାଇ ଗୀତ ଗାଉଛନ୍ତି । ସେ ଅତ୍ୟନ୍ତ ଭାବ ଓ ଭକ୍ତିପୂର୍ଣ୍ଣ ଭାବେ ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ବିଜେପି ସାଂସଦ ରମାକାନ୍ତ ଭାର୍ଗବା ଏହି ଭିଡିଓରେ ଉପସ୍ଥିତ ଅଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.