ETV Bharat / bharat

ସରକାର ଗଢିପାରନ୍ତି ଶିବରାଜ, 16ରେ ହୋଇପାରେ ଫ୍ଲୋର ଟେଷ୍ଟ - ଫ୍ଲୋର ଟେଷ୍ଟ

ଯୁବରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ କଂଗ୍ରେସର ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ଦୋହଲିବାରେ ଲାଗିଛି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚୌକି । ଯଦି ଫ୍ଲୋର ଟେଷ୍ଟ ହୁଏ ତେବେ ସତ୍ତା ହରାଇପାରେ କଂଗ୍ରେସ ଆଉ ସରକାର ଗଢିପାରନ୍ତି ଶିବରାଜ । ଅଧିକ ଫଢନ୍ତୁ...

floor tests
floor tests
author img

By

Published : Mar 13, 2020, 4:20 AM IST

ଭୋପାଳ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ଭାଙ୍ଗିବା ଶତ ହେବାକୁ ଯାଉଛି । ସେପଟେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କମଳନାଥ ପାଖରେ ବହୁମତ ପାଇଁ ଆବଶ୍ୟକୀୟ ସଂଖ୍ୟା ଅଛି କି ନାହିଁ ଏନେଇ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ । ପ୍ରଥମେ ଲୋକପ୍ରୀୟ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରରୁ ଇସ୍ତଫା ଦେଇଥିଲେ । ପରେ ଦଳର ୨୨ ଜଣ ବିଧାୟକ ମଧ୍ୟ ନିଜ ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ । ୨୨ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ୧୫ ମାସ ଧରି ମୁଖ୍ୟମନ୍ତ୍ରୀ ଥିବା କମଲନାଥଙ୍କ ଚୌକି ଚାଲିଯିବା ଏକପ୍ରକାର ନିଶ୍ଚିତ ହୋଇଛି ।

ମଧ୍ୟପ୍ରଦେଶ ବିଧାନସଭାରେ ସମୁଦାୟ ସଦସ୍ୟ ସଂଖ୍ୟା 228 ଥିବାବେଳେ କଂଗ୍ରେସ ପାଖରେ ରହିଥିଲା 114 ଆସନ । ସେପଟେ 22ବିଧାୟକଙ୍କ ଇସ୍ତଫା ପରେ ବିଧାନସଭାର ଆସନ ସଂଖ୍ୟା 206 କୁ ଖସି ଆସିଛି । ମ୍ୟାଜିକ ନମ୍ବର 103 ହୋଇଥିବାବେଳେ ବିଜେପି ପାଖରେ ରହିଛି୧୦୭ ବିଧାୟକ । ତେଣୁ ଫ୍ଲୋର ଟେଷ୍ଟ ହେଲେ ସତ୍ତା ହରାଇପାରେ କଂଗ୍ରେସ ।

@INDIATODAY

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.