ETV Bharat / bharat

କଂଗ୍ରେସର ନିରବତାରେ ଅସ୍ଥିର କେଜ୍ରିୱାଲ-ଶିବପାଳ

ପ୍ରଗତିଶୀଳ ସମାଜବାଦୀ ଦଳର ଅଧ୍ୟକ୍ଷ ଶିବପାଳ ଯାଦବ ଦିନେ କଂଗ୍ରେସକୁ ଟାର୍ଗେଟ କରୁଥିଲେ । ବର୍ତ୍ତମାନ କଂଗ୍ରେସ ସହ ମେଣ୍ଟ କରିବାକୁ ଆଶାରେ ବସିଛି ଦଳ । କିନ୍ତୁ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । କଂଗ୍ରେସ ୟୁପିରେ ଏକାକୀ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛି । ଯାହାପରେ ଶିବପାଳ କଂଗ୍ରେସ ଉପରେ ବର୍ଷିଛନ୍ତି ।

author img

By

Published : Mar 15, 2019, 11:33 PM IST

ଡିଜାଇନ ଫଟୋ

ଲକ୍ଷ୍ନୌ: କଥାରେ ଅଛି ରାଜନୀତିରେ କେହି କେବେ କାହାର ଶତ୍ରୁ ଅବା ମିତ୍ର ରୁହନ୍ତି ନାହିଁ । ଏହି କଥା ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ପାଇଁ ଉପଯୁକ୍ତ । କାରଣ ରାଜନୀତିରେ ପ୍ରବେଶ ପୂର୍ବରୁ କଂଗ୍ରେସ ଉପରେ କେତେ କଣ ଅଭିଯୋଗ ଆଣିଥିଲେ କେଜ୍ରିୱାଲ । ବର୍ତ୍ତମାନ ସେହି କଂଗ୍ରେସ ସହ ଦିଲ୍ଲୀ ସମେତ ହରିୟାଣାରେ ମେଣ୍ଟ କରିବାକୁ ଇଚ୍ଛୁକ କେଜ୍ରିୱାଲ । ଅନ୍ୟପକ୍ଷେ କଂଗ୍ରେସ କେଜ୍ରିୱାଲଙ୍କୁ ଦେଉ ନାହାନ୍ତି ଗୁରୁତ୍ବ । ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଛି ।

ସେହିପରି ପ୍ରଗତିଶୀଳ ସମାଜବାଦୀ ଦଳର ଅଧ୍ୟକ୍ଷ ଶିବପାଳ ଯାଦବ ଦିନେ କଂଗ୍ରେସକୁ ଟାର୍ଗେଟ କରୁଥିଲେ । ବର୍ତ୍ତମାନ କଂଗ୍ରେସ ସହ ମେଣ୍ଟ କରିବାକୁ ଆଶାରେ ବସିଛି ଦଳ । କିନ୍ତୁ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । କଂଗ୍ରେସ ୟୁପିରେ ଏକାକୀ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛି । ଯାହାପରେ ଶିବପାଳ କଂଗ୍ରେସ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେ ଏକ ମାସ ଯାଏ କଂଗ୍ରେସକୁ ଅପେକ୍ଷା କରି ବସିଥିଲି । କଂଗ୍ରେସ ନେତାମାନେ ପ୍ରତିଦିନ ବୈଠକ ପରେ ବୈଠକ କରି ଚାଲୁଛନ୍ତି । କିନ୍ତୁ ଏହା ଭିତରେ ନିଜ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରି ସାରିଛି । କଂଗ୍ରେସ ନେତାମାନେ ମିଛ କୁହନ୍ତି ବୋଲି ସେ କହିଛନ୍ତି । ଶିବପାଳ ଯାଦବ ନିଜ ପୁତୁରା ଅଖିଳେଶ ଯାଦବଙ୍କୁ ବିରୋଧ କରି ସମାଜବାଦୀ ପାର୍ଟିରୁ ବାହାରି ଆସିଥିଲେ । ସେ ଏସପି ଓ ବିଏସପି ମଧ୍ୟରେ ହୋଇଥିବା ମେଣ୍ଟକୁ ଠକବନ୍ଧନ ବୋଲି କହିଥିଲେ ।

Intro:Body:

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି ପ୍ରତିନିଧି ଦଳ । ମୁଖପାତ୍ର ଅମର ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେପି ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛି ଦଳ ।  ମୋଦିଙ୍କ ଫଟୋ ରହିବା ସହ ଯୋଜନାର ପ୍ରଚାର ଚାଲିଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେଡ଼ି ଦଳ ।

ସାରା ରାଜ୍ୟରେ ରହିଥିବା କେନ୍ଦ୍ର ସରକାରଙ୍କର ପୋଷ୍ଟର ଉଜ୍ଜ୍ବଳା ଯୋଜନାକୁ ପ୍ରତିବାଦ କରି ନିର୍ବାଚନୀ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ବାରମ୍ବାର ଭୋଟରଙ୍କୁ ଏହାକୁ ନେଇ ପ୍ରଭାବିତ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେଡ଼ି ।

ବିଜେପି ଆଚରଣ ବିଧି ଉଲ୍ଲଘଂନ କରୁଥିବା ବେଳେ ଏହାକୁ ଅଣଦେଖା କରି ଚାରିଆଡ଼େ ଉଜ୍ଜ୍ବଳା ଯୋଜନାର ପ୍ରଚାର ପ୍ରସାର କରାଯାଉଛି । ଏସବୁ ଅଭିଯୋଗ ନେଇ ବିଜେଡ଼ିର ମୁଖପାତ୍ର ଅମର ପଟ୍ଟନାୟକ ମୁଖ୍ୟ ନିର୍ବାଚନୀ କମିଶନଙ୍କୁ ଜଣାଇଛନ୍ତି । ଏହାର ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି ନିର୍ବାଚନୀ କମିଶନ କହିଛନ୍ତି ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.