ETV Bharat / bharat

51 ହଜାର ପାନ ପତ୍ର ଓ 101 କେଜି ପରିବାରେ ସଜେଇ ହେଲେ ବାବା ଗରିବ ନାଥ

author img

By

Published : Jul 28, 2020, 7:52 AM IST

ବିହାରର ମୁଜାଫରପୁରର ବାବା ଗରିବ ନାଥ ମନ୍ଦିରରେ 'ଶିବଲିଙ୍ଗ'କୁ 51,000 ପାନ ପତ୍ର 101 କେଜି ପରିବା ଅର୍ପଣ କରାଯିବା ସହ ବିଭିନ୍ନ ଶୃଙ୍ଗାର କରାଯାଇଥିଲା ।

51 ହଜାର ପାନ ପତ୍ର ଓ 101 କେଜି ପରିବାରେ ସଜେଇ ହେଲେ ବାବା ଗରିବ ନାଥ
51 ହଜାର ପାନ ପତ୍ର ଓ 101 କେଜି ପରିବାରେ ସଜେଇ ହେଲେ ବାବା ଗରିବ ନାଥ

ପାଟନା: ଶିବଙ୍କ ଶ୍ରାବଣ। ଗତକାଲି ବା ଜୁଲାଇ 27 ଥିଲା ପବିତ୍ର ଶ୍ରାବଣର ଚତୁର୍ଥ ସୋମବାର। ଏନେଇ ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇଉଠିଥିଲା। ଭୋଳା ବାବାଙ୍କ ପୂଜା ପାଇଁ ଭଳିକି ଭଳିକି ବିଧି ବିଧାନର ଆୟୋଜନ କରାଯାଇଥିଲା।

ତେବେ ଶ୍ରାବଣ ମାସର ଚତୁର୍ଥ ସୋମବାର ଅବସରରେ, ବିହାରର ମୁଜାଫରପୁରର ବାବା ଗରିବ ନାଥ ମନ୍ଦିରରେ 'ଶିବଲିଙ୍ଗ'କୁ ଭିନ୍ନ ଏକ ଢଙ୍ଗରେ ସଜା ଯାଇଥିଲା।

51,000 ପାନ ପତ୍ର ଭଗବାନଙ୍କୁ ଅର୍ପଣ କରାଯିବା ସହ ବିଭିନ୍ନ ଶୃଙ୍ଗାର କରାଯାଇଥିଲା । ତେବେ କୋରୋନା କଟକଣା ପାଇଁ ଭକ୍ତଙ୍କ ଗହଳି କମ ରହିଥିବା ବେଳେ ପୂଜାକୁ ଅତ୍ୟନ୍ତ ଆଡମ୍ବର ଭାବେ କରାଯାଇଥିଲା। ଘଣ୍ଟ,ଘଣ୍ଟା ମନ୍ତ୍ର ଓ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଏହା ଏକ ଆଧ୍ୟମିକ ପରିବେଶ ସୃଷ୍ଟି କରିଥିଲା।

କେବଳ ସେତିକି ନୁହେଁ 101 କିଲୋଗ୍ରାମ ପନିପରିବା ଏବଂ ଫଳ ମଧ୍ୟ ସଜାଇବା ପାଇଁ ବ୍ୟବହୃତ ହୋଇଥିଲା। ପୁରୋହିତମାନେ କୋଭିଡ୍ 19 ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ମାସ୍କ ପିନ୍ଧିଥିଲେ। ହିନ୍ଦୁ କ୍ୟାଲେଣ୍ଡରର ପଞ୍ଚମ ମାସ ଶ୍ରାବଣ ବର୍ଷର ସବୁଠାରୁ ଶୁଭ ମାସ ଭାବରେ ବିବେଚନା କରାଯାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.