ETV Bharat / bharat

ରାଜ୍ୟପାଳଙ୍କୁ ଭେଟିବେ ଶିବସେନା ନେତା ସଞ୍ଜୟ, ରଖିବେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ - ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ

ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ  ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ନିମନ୍ତେ ଦାବି କରିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 3, 2019, 11:48 PM IST

ମୁମ୍ବାଇ : ନିର୍ବାଚନ ଫଳାଫଳ ଘୋଷଣାକୁ 10 ଦିନ ବିତି ଗଲାଣି । ଏହାସହ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ମାତ୍ର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଚାଲିଥିବା ମହାଡ୍ରାମାର ଅନ୍ତିମ ଦୃଶ୍ୟ ଦୃଶ୍ୟମାନ ହେଉ ନାହିଁ । ସୋମବାର ମହାରାଷ୍ଟ୍ର ସିଏମ୍‌ ସିଟକୁ ନେଇ ଚାଲିଥିବା ସିନେମାର କ୍ଲାଇମାକ୍ସ ଆସିପାରେ । ସୋମବାର ଡିସାଇଡ ଡେ ହୋଇପାରେ । ଗୋଟିଏ ପଟେ ଦେବେନ୍ଦ୍ର ଫଡନଭିସ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କୁ ଶରଦ୍‌ ପାୱାର ଭେଟିବା ଏକ ପ୍ରକାର ସ୍ଥିର ହୋଇଛି । ଏହା ଭିତରେ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ନିମନ୍ତେ ଦାବି କରିବେ ।

ମହାରାଷ୍ଟ୍ରରେ କ୍ଷମତା ଲଢେଇରେ ବିଜେପିକୁ ମୁଖ୍ୟମନ୍ତ୍ରୀ ସିଟ୍‌ରୁ ଦୂରେଇ ରଖିବା ପାଇଁ ଏନସିପି ଶିବସେନାକୁ ସମର୍ଥନ ଦେଇପାରେ । ଏହା ଏପର୍ଯ୍ୟନ୍ତ ସ୍ଥିର ନହୋଇଥିଲେ ବି ଏକ ପ୍ରକାର ସ୍ଥିର ନିଶ୍ଟିତ ପରି ମନେ ହେଉଛି । ସୋମବାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ ଏନସିପି ସୁପ୍ରିମୋ ଶରଦ ପାୱାର । ଅନ୍ୟପଟେ ବିଜେପି 50-50 ଫର୍ମୁଲାଙ୍କୁ ଏଡେଇ ଶିବସେନାଙ୍କୁ ଶକ୍ତ ଝଟକା ଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ଆଗରୁ ବିଜେପି ସହ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି । ଯଦି କଥାବାର୍ତ୍ତା ହେବ କେବଳ ମୁଖ୍ୟମନ୍ତ୍ରୀ ଆସନ ପାଇଁ ବୋଲି କହିଛନ୍ତି । ଫଳରେ ଶିବସେନା ଏବେ ଶରଦଙ୍କ ଆଶୀର୍ବାଦ ପାଇସାରିଥିବା କଥା ଚର୍ଚ୍ଚା ହେଉଛି ।

ରବିବାର ସଞ୍ଜୟ କହିଛନ୍ତି ଯେ, ସେ ସୋମବାର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବେ । ଏହାସହ ରାଜ୍ୟର ସବୁଠାରୁ ବଡ ଦଳକୁ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନା କରିବା ପାଇଁ ପ୍ରସ୍ତାବ ରଖିବେ ।

ରବିବାର ଦିନ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ ଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟରେ ଶିବସେନାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଠନ କରାଯିବ ବୋଲି ସଞ୍ଜୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ

ଏଠାରେ ସୂଚନା ଯୋଗ୍ୟ, ଗତ ମାସ ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ।୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା ।ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି ।

ଏନପିସି ସମର୍ଥନରେ ଶିବସେନା ରାଜ୍ୟର ବଡ ଦଳ ଆଶା ଏହି କନଫିଡେନ୍ସର କାରଣ ବୋଲି କୁହାଯାଉଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.