ETV Bharat / bharat

ଦାଉଦକୁ ଭେଟିଛନ୍ତି ସଞ୍ଜୟ ରାୱତ ! - sanjay rawat recent interview

ଶିବସେନା ସାଂସଦ ସଞ୍ଜୟ ରାୱତ ବିଜେପି ନେତା ଉଦୟନ ରାଜେ ଭୋସଲେଙ୍କୁ ଟାର୍ଗେଟ କରିବା ସହ ଦାଉଦ ସହ ସାକ୍ଷାତକାର ଯାଏଁ ଥିବା ସମସ୍ତ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Shiv Sena Sanjay Raut
ଫାଇଲ ଫଟୋ
author img

By

Published : Jan 15, 2020, 8:46 PM IST

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାୱତ ବିଜେପି ନେତା ଉଦୟନ ରାଜେ ଭୋସଲେଙ୍କୁ ଟାର୍ଗେଟ କରିବା ସହ ଦାଉଦ ସହ ସାକ୍ଷାତକାର ଯାଏଁ ଥିବା ସମସ୍ତ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ମୁମ୍ବାଇ ବୋମା ବିସ୍ଫୋରଣର ଆରୋପୀ ଦାଉଦ ଉବ୍ରାହିମଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି । ଏହାସହ ଏନସିପି ପ୍ରମୁଖ ଶରଦ ପାୱାରଙ୍କ ତାରିଫ୍ କରିଛନ୍ତି ସଞ୍ଜୟ ।

ଏକ ସାକ୍ଷାତକାରରେ ଉଦୟନ ରାଜେଙ୍କୁ ଟାର୍ଗେଟ କରିଥିଲେ ରାୱତ। ଛତ୍ରପତି ଶିବାଜୀଙ୍କ ବଂଶଜ ବୋଲି ସେ ପ୍ରମାଣ ଦିଅନ୍ତୁ । ମରାଠୀ ଯୋଦ୍ଧା ଶିବାଜୀଙ୍କ ଉପରେ କାହାର ନିଜସ୍ବ ଅଧିକାର ରହିବା ଉଚିତ୍ ନୁହେଁ । ଶିବାଜୀ ମହାରାଜ ଭଗବାନ ଭଳି ତାଙ୍କୁ ଲୋକେ ପୂଜା କରନ୍ତି ବୋଲି ରାୱତ କହିଛନ୍ତି ।

ଅନ୍ୟପକ୍ଷେ ଏନିସିପି ପ୍ରମୁଖ ଶରଦ ପାୱାରଙ୍କୁ ମଧ୍ୟ ତାରିଫ କରି ଜନତାଙ୍କ ରାଜା ବୋଲି ତାଙ୍କୁ ସମ୍ବୋଧିତ କରିଛନ୍ତି । ଏ ମଧ୍ୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି ରାୱତ । 1993ରେ ହୋଇଥିବା ମୁମ୍ବାଇ ସିରିଏଲ ବୋମା ବିସ୍ପୋରଣର ମୁଖ୍ୟ ଆରୋପୀ ଦାଉଦ ଇବ୍ରାହିମଙ୍କୁ ସାକ୍ଷାତ କରିବା ସହ ତାକୁ ଲାତ ମାରି ବାହାର କରିଥିବା କହିଛନ୍ତି ।

ଏହାସହ ରାହୁଲ ଗାନ୍ଧୀଙ୍କୁ 15 ଘଣ୍ଟା କଂଗ୍ରେସ ଅଫିସରେ ଉପସ୍ଥିତ ରହିବାକୁ ପରାମର୍ଶ ଦେବା ସହ ‘ଆଜ୍ କେ ଶିବାଜୀ ନରେନ୍ଦ୍ର ମୋଦି’ ପୁସ୍ତକ ଉପରେ ଉଠିଥିବା ବିବାଦକୁ ନେଇ ମଧ୍ୟ ମତ ପ୍ରକାଶ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.