ETV Bharat / bharat

ମନ୍ଦିର ଖୋଲିବା ନେଇ ବିଜେପିକୁ ଶିବସେନାର ଟାର୍ଗେଟ - ଶିବସେନା

କୋଭିଡ-19 ସଙ୍କଟ ମଧ୍ୟରେ ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ନେଇ ସୋମବାର ଶିବସେନା ବିଜେପିକୁ ଟାର୍ଗେଟ କରିଛି ।

ମନ୍ଦିର ଖୋଲିବା ନେଇ ବିଜେପିକୁ ଶିବସେନାର ଟାର୍ଗେଟ

author img

By

Published : Aug 31, 2020, 3:26 PM IST

ମୁମ୍ବାଇ: କୋଭିଡ-19 ସଙ୍କଟ ମଧ୍ୟରେ ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ନେଇ ସୋମବାର ଶିବସେନା ବିଜେପିକୁ ଟାର୍ଗେଟ କରିଛି । ଏହାସହ ପ୍ରଶ୍ନ କରିଛନ୍ତି ଯେ ଯଦି କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଏ ତେବେ ଏହାର ଦାୟିତ୍ବ ଏନଡିଏ ଗ୍ରହଣ କରିବ କି । ଗତ ସପ୍ତାହରେ ମହାରାଷ୍ଟ୍ରରେ ବିରୋଧୀ ବିଜେପି ଧାର୍ମିକସ୍ଥଳୀ ଖୋଲିବାକୁ ଦାବି କରି ରାଜ୍ୟର କିଛି ଅଞ୍ଚଳରେ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ସାମାଜିକ ଦୂରତାକୁ କିପରି ପାଳନ କରାଯିବ ତାହା ଲୋକେ ବୁଝନ୍ତି । ଶିବସେନା ଫଡନାଭିସଙ୍କୁ ଟାର୍ଗେଟ କରି ଆଦର୍ଶର ଉଲଂଘନ ହୋଇଥିବା କହିଥିଲେ । ତେଣୁ ଦାବି ଉଠାଇବା ପୂର୍ବରୁ ବିରୋଧୀଦଳର ନେତାମାନେ ପ୍ରଥମେ ମହାରାଷ୍ଟ୍ରର ପରିସ୍ଥିତି ବୁଝିବା ଉଚିତ ବୋଲି କୁହାଯାଇଛି।

ଯଦି ପୁନର୍ବାର କୋଭିଡ-19 ସଂକ୍ରମଣ ବଢେ ତେବେ ବିରୋଧୀ ଦଳ ଦାୟିତ୍ବ ଗ୍ରହଣ କରିବେ କି ? ପାର୍ଟି ମୁଖପାତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ଏହି ପ୍ରଶ୍ନ କରାଯାଇଛି । ବିଜେପିର ବିରୋଧ ‘ଧାର୍ମିକ କିମ୍ବା ରାଜନୈତିକ’ ବୋଲି ପ୍ରଶ୍ନ ଉଠିଥିଲା ​​। ଏହାସହ ବିରୋଧୀଦଳର ନେତାମାନେ ପ୍ରଥମେ ବୁଝିବା ଉଚିତ୍ କି ମନ୍ଦିର ବନ୍ଦ ରହିବାର ଆବଶ୍ୟକତା ରହିଛି ।

ଯେଉଁଠାରେ ବିଦ୍ୟାଳୟ ଓ ଧା୍ମିକ ସ୍ଥଳୀ ଖୋଲାଯାଇଥିଲା ସେଠାରେ କୋଭିଡ-19 ବ୍ୟାପିଯାଇଥିଲା । ତିରୁପତି ବାଲାଜୀ ମନ୍ଦିର ଏହାର ଏକ ଉଦାହରଣ ବୋଲି ଉଦ୍ଧବ ଠାକରେ ନେତୃତ୍ବାଧୀନ ଦଳ କହିଛି। ଏଥିରେ କୁହାଯାଇଛି ଯେ କୋଭିଡ-19 କାରଣରୁ ଅମରନାଥ ଓ ବୈଷ୍ଣୋଦେବୀ ଯାତ୍ରୀ ହୋଇପାରିନଥିବାରୁ କାଶ୍ମୀର ଉପତ୍ୟକାରେ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ।

ଏଥିରେ ଉଲ୍ଲେଖ ରହିଛି ଯେ, ମନ୍ଦିରଗୁଡିକ ପୁନଃ ଖୋଲାଯିବା ଉଚିତ କିନ୍ତୁ ରାଜନୈତିକ ମାନସିକ ଶାନ୍ତି ପାଇଁ ନୁହେଁ। ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ ଲୋକେ ନିରାପଦରେ ଅଛନ୍ତି ତେବେ ଯାଇ ମନ୍ଦିର ଖୋଲାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.