ଶିମଲା: କୋରୋନା ସଙ୍କଟ ମଧ୍ୟରେ ହିମାଚଳ ପ୍ରଦେଶକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 500ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି । ହିମାଚଳ ପ୍ରଦେଶ ସରକାରଙ୍କ ଦାବି ଅନୁଯାୟୀ କେନ୍ଦ୍ର ସରକାର ଏହି ଭେଣ୍ଟିଲେଟର ଯୋଗାଇଛନ୍ତି ।
ସୂଚନା ଅନୁଯାୟୀ, ନିକଟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଣ୍ଟିଲେଟର ଯୋଗାଇଦେବାକୁ କହଥିଲେ । ଶେଷର ରାଜ୍ୟର ଦାବିକୁ ଧ୍ଯାନ ଦେଇ କେନ୍ଦ୍ର ଭେଣ୍ଟିଲେଟର ଯୋଗାଇଛି । ତେବେ କେନ୍ଦ୍ରରୁ ପ୍ରାପ୍ତ 500 ଭେଣ୍ଟିଲେଟର ମଧ୍ୟରୁ 178 ଟ୍ରାନ୍ସପୋର୍ଟ ଭେଣ୍ଟିଲେଟର ଏବଂ ବାକି ଆଇସିୟୁରେ ସ୍ଥାପନ କରାଯିବ ।
ଏସିଏସ୍ ସ୍ବାସ୍ଥ୍ୟ ଆରଡି ଧିମାନ ଏକ ବିବୃତ୍ତି କହିଛନ୍ତି ଯେ, ଏହି ଭେଣ୍ଟିଲେଟରଗୁଡିକ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । କୋଭିଡ ମେଡିକାଲରେ ଏଗୁଡିକୁ ସ୍ଥାପନ କରାଯାଉଛି । ଏଥିସହ ଏହି ଭେଣ୍ଟିଲେଟର ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ଟ୍ରେନିଙ୍ଗ୍ ଦିଆଯାଉଛି ।
ପ୍ରକାଶ ଥାଉକି, ବର୍ତ୍ତମାନ ହିମାଚଳ ପ୍ରଦେଶରେ 874 କୋରୋନା ଆକ୍ରାନ୍ତ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।