ETV Bharat / bharat

ଶିବୁ ସୋରେନଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର - ରାଜ୍ୟସଭା ସାଂସଦ ଶିବୁ ସୋରେନ

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର । ରାଞ୍ଚିରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Shibu Soren
Shibu Soren
author img

By

Published : Aug 25, 2020, 7:53 PM IST

ରାଞ୍ଚି: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଛି । କରୋନା ପଜିଟିଭ ସହ ଅସୁସ୍ଥତା ଅନୁଭବ କରିବାରୁ ଶିବୁ ସୋରେନଙ୍କୁ ରାଞ୍ଚି ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଉନ୍ନତି ନଆସିବାରୁ ଆଜି ( ମଙ୍ଗଳବାର) ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଶିବୁ ସୋରେନଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର

ରାଞ୍ଚି ବୋକାରୋ ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ବ୍ୟବସ୍ଥିତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ କ୍ୟାବିନରେ ଶିବୁ ସୋରେନଙ୍କୁ ଗୁରୁଗ୍ରାମ ସ୍ଥାନାନ୍ତରିତ କରାଯାଇଛି ।

ଶିବୁ ସୋରେନ କରୋନା ପଜିଟିଭ ହେବାପରେ ତାଙ୍କୁ ତୁରନ୍ତ ରାଞ୍ଚି ମେଦାନ୍ତ ହସ୍ପଟିଲାରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ତାଙ୍କର ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ସହ ସ୍ଥିତି ସଂକଟ ହେବାକୁ ଲାଗିଥିଲା । ଫଳରେ କୌଣସି ରିକ୍ସ ନନେଇ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଗୁରୁଗ୍ରାମ ମେଦାନ୍ତକୁ ସ୍ଥାନାନ୍ତରିତ କରାଯାଇଛି ।

ବୟସାଧିକ କାରଣ ଓ ରୋଗ ସଂକ୍ରମଣ ପାଇଁ ଶିବୁ ସୋରେନଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ସମ୍ଭବ ହୋଇନପାରିବାରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ନିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଓ ସୁଧାର ଆସୁଥିବା କହିଛନ୍ତି ଶିବୁ ସୋରେନଙ୍କ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କେବଳ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ କରୋନାରୁ ଶୀଘ୍ର ସୁସ୍ଥତା ପାଇଁ ଆଜି ( ମଙ୍ଗଳବାର) ସକାଳୁ ଶିବୁ ସୋରେନଙ୍କୁ ପ୍ଲାଜମା ମଧ୍ୟ ଦିଆଯାଇଛି । ଶିବୁଙ୍କ ପାଇଁ ରାଞ୍ଚି ଜିଲ୍ଲା ପୋଲିସର ଯବାନ ଲଲ୍ଲୁ ଯାଦବ ପ୍ଲାଜମା ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.