ETV Bharat / bharat

ସେଫାଲୀ ବର୍ମା, ଭାରତୀୟ ମହିଳା କ୍ରିକେଟର ଯୁବ ଖେଳାଳୀ

author img

By

Published : Sep 24, 2020, 1:50 PM IST

ହରିୟାଣା ରୋହତକର ଝିଅ ସେଫାଲୀ ବର୍ମା... ଆଜି କ୍ରିକେଟ ଜଗତରେ ଅତି ଜଣାଶୁଣା ନାଁ । 16 ବର୍ଷୀୟା ଏହି ବ୍ୟାଟ୍ସମ୍ୟାନଙ୍କ ସଟର ପ୍ରଶଂସକ କ୍ରିକେଟ ଗଡ ସଚିନ ତେନ୍ଦୁଲକର । ସବୁଠୁ କମ ବୟସରେ ଭାରତୀୟ ମହିଳା କ୍ରିକେଟ ଟିମରେ ଚୟନ ସେଫାଲୀଙ୍କ ପାଇଁ ହାସଲ କରିବା ସହଜ ନଥିଲା । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ...

ସେଫାଲୀ ବର୍ମା, ଭାରତୀୟ ମହିଳା କ୍ରିକେଟର ଯୁବ ଖେଳାଳୀ
ସେଫାଲୀ ବର୍ମା, ଭାରତୀୟ ମହିଳା କ୍ରିକେଟର ଯୁବ ଖେଳାଳୀ

ହରିୟାଣା:ଦିନେ ତାଙ୍କୁ ପୁଅ ହୋଇ କରିବାକୁ ପଡୁଥିଲା ପ୍ରାକ୍ଟିସ, ହରିୟାଣାର ସେଫାଲୀ ବର୍ମାଙ୍କ ସବୁଠୁ କମ ବୟସରେ ଭାରତୀୟ ମହିଳା କ୍ରିକେଟରେ ହୋଇଥିଲା ଚୟନ ।

ରୋହତକର ଝିଅ ସେଫାଲୀ ବର୍ମା... ଆଜି କ୍ରିକେଟ ଜଗତରେ ଅତି ଜଣାଶୁଣା ନାଁ । 16 ବର୍ଷୀୟା ଏହି ବ୍ୟାଟ୍ସମ୍ୟାନଙ୍କ ସଟର ପ୍ରଶଂସକ କ୍ରିକେଟ ଗଡ ସଚିନ ତେନ୍ଦୁଲକର । ରୋହତକର ସେଫାଲୀ ବର୍ମା ସବୁଠୁ କମ ବୟସରେ ଭାରତୀୟ ମହିଳା କ୍ରିକେଟ ଟିମରେ ଚୟନ ହୋଇଛନ୍ତି । କିନ୍ତୁ ସେଫାଳୀଙ୍କ ପାଇଁ ଏହି ଲକ୍ଷ୍ୟ ହାସଲ କରିବା ସହଜ ନଥିଲା ।

ପୁରୁଷ ପ୍ରଧାନ ସମାଜରେ ଝିଅ ହେବା ତାଙ୍କ ପାଇଁ କୌଣସି ଅଭିଶାପଠୁ କମ ନଥିବାବେଳେ ଦାରିଦ୍ରତା ତାଙ୍କ ଚିନ୍ତାଙ୍କୁ ଦ୍ବିଗୁଣିତ କରିଥିଲା । ସେପଟେ ସେଫାଲୀଙ୍କ ବାପା ଝିଅର ସଫଳତା କଥା କହିବା ସମୟରେ ଆଖିର ଲୁହକୁ ଅଟକାଇ ପାରିନଥିଲେ କି ତାଙ୍କ ଓଠ କିଛି କହିପାରୁନଥିଲା । ଆଉ ନମ୍ର ସ୍ବରରେ ତାଙ୍କ ଝିଅ ବହୁତ ସଂଘର୍ଷ କରିଥିବା କୁହନ୍ତି ସେଫାଲୀଙ୍କ ବାପା ।

ରୋହତକର ଏହି ଝିଅ ଭାରତୀୟ ମହିଳା କ୍ରିକେଟ ଟିମରେ କେବଳ ବ୍ୟାଟିଂରେ ହିଁ ନିଜର ପ୍ରତିଭା ଦେଖାଇଛନ୍ତି ତାହା ନୁହେଁ ଟିମ୍ ପାଇଁ ୱିକେଟ କିପିଂ ଏବଂ କେବେ କେବେ ବୋଲିଂ ବି କରନ୍ତି । କିନ୍ତୁ ଏମିତି ବି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଖେଳିବା ପାଇଁ ପୁଅ ହେବାକୁ ପଡିଥିଲା । ତାଙ୍କୁ ଏଥିପାଇଁ କେବଳ ପୁଅମାନଙ୍କ ସହ ଖେଳିବାକୁ ଦିଆଯାଇଥିଲା କାରଣ ସେତେବେଳେ କୌଣସି ଏକାଡେମୀରେ ଝିଅମାନଙ୍କୁ ଆଡମିଶନ ମିଳୁନଥିଲା । ଖାଲି ସେତିକି ନୁହେଁ ଲୋକେ ତାଙ୍କ ପରିବାରର ମଜା ଉଡାଉଥିଲେ ଏବଂ ସେଫାଲୀଙ୍କୁ କ୍ରିକେଟ ଖେଳିବା ପାଇଁ ନଦେବାକୁ ପରାମର୍ଶ ଦେଉଥିଲେ ବୋଲି କୁହନ୍ତି ସେଫାଲୀଙ୍କ ମା ।

ମାତ୍ର 9 ବର୍ଷ ବୟସରେ ପ୍ରଥମ ଥର ପାଇଁ ବ୍ୟାଟ ଧରିଥିଲେ ସେଫାଲୀ । ଆରମ୍ଭରେ ସେ ନୁହେଁ ତାଙ୍କ ଭାଇ ଖେଳୁଥିଲେ କ୍ରିକେଟ । ହେଲେ ହଠାତ୍ ତାଙ୍କ ଭାଇଙ୍କ ଦେହ ଖରାପ ହେବାରୁ ସେଫାଲୀ ଭାଇଙ୍କ ସ୍ଥାନରେ କ୍ରିକେଟ ଖେଳିଥିଲେ । ଆଉ ପ୍ରଥମ ଥର ସେଫାଲୀ ନିଜ ଭାଇର ଟି ସାର୍ଟ ପିନ୍ଧି କ୍ରିକେଟ ଖେଳିଥିଲେ ।

ସେଫାଲୀ ବର୍ମା ଆଜି ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ପ୍ଲେୟାର । ଆଉ ସେଫାଲୀ ହିଁ ପ୍ରଥମ ମହିଳା ଯୁବ ଖେଳାଳି ଯିଏ ମାତ୍ର 15 ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ସେ ସଚିନ ତେନ୍ଦୁରକରଙ୍କ ରେକର୍ଡ ଭାଙ୍ଗଛନ୍ତି ।

ଲଗାତାର ଭାବେ କ୍ରିକେଟ ଜଗତରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ସେଫାଲୀ । ଆଉ ଆମେ ବି ପ୍ରାର୍ଥନା କରୁଛି ସେଫାଲୀ ଆଗକୁ ଏମିତି ଭଲ ପ୍ରଦର୍ଶନ କରିବା ସହ କେବଳ ହରିୟାଣା ନୁହେଁ ଦେଶର ନାଁକୁ ଗୌରବାନ୍ବିତ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.