ETV Bharat / bharat

22 ବର୍ଷ ଧରି ସାଇକେଲରେ କ୍ଷୀର ବିକୁଛନ୍ତି ଶିଲା ଦେବୀ - ଉତ୍ତର ପ୍ରଦେଶର ଶିଲା ଦେବୀ

ମନବୋଳ ଦୃଢ଼ ଥିଲେ ସମସ୍ତ ସମସ୍ୟା ଛୋଟ ଲାଗେ। ଶିଲାଦେବୀଙ୍କୁ ଦେଖିଲେ ଏହି ଉକ୍ତି ସଠିକ ଲାଗେ। ସର୍ବସ୍ବ ହରାଇବା ପରେ ବି କଠିନ ପରିଶ୍ରମ ବଳରେ ସେ ହୋଇ ପାରିଛନ୍ତି ଆତ୍ମନିର୍ଭର। ପରିଣତ ବୟସ ତାଙ୍କ ଆଗରେ ହାର ମାନିଛି। ଅଧିକ ପଢ଼ନ୍ତୁ...

sheela devi of uttar pradesh is a real example of woman empowerment
ଶୀଲା ଦେବୀ, ଆତ୍ମନିର୍ଭରତାର ନୂଆ ପରିଚୟ
author img

By

Published : Feb 6, 2021, 7:03 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାଶଗଞ୍ଜ ଜିଲ୍ଲା ସହାବର ତହସିଲ ଖେଡ଼ା ଗାଁର ବାସିନ୍ଦା ଶୀଲା ଦେବୀ, ମହିଳା ସଶକ୍ତିକରଣର ଏକ ଜ୍ବଳନ୍ତ ଉଦାହରଣ। ବିବାହର ମାତ୍ର ବର୍ଷକ ପରେ ସ୍ବାମୀ ଆରପାରିକୁ ଚାଲିଗଲେ। ଏହାସତ୍ତ୍ବେ ସେ ନିଜକୁ କାହା ଉପରେ ବୋଝ ହେବାକୁ ଦେଇ ନାହାନ୍ତି। ଗତ 22 ବର୍ଷ ହେଲା ସାଇକେଲରେ ଗାଁଗାଁ ବୁଲି କ୍ଷୀର ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଆଜି ତାଙ୍କୁ 62 ବର୍ଷ, ପରିଣତ ବୟସରେ ବି ସେ ଆତ୍ମନିର୍ଭର। କେବେ ସେ କାହା ଆଗରେ ହାତ ପତାଇ ନାହାନ୍ତି। ଗାଁଲୋକେ ତାଙ୍କୁ ସ୍ନେହରେ ଡାକନ୍ତି ଶିଲା ବୁଆ।

ଶୀଲା ଦେବୀ, ଆତ୍ମନିର୍ଭରତାର ନୂଆ ପରିଚୟ

1980 ମସିହାରେ ଶୀଲାଦେବୀଙ୍କ ବିବାହ ହୋଇଥିଲା। ବିବାହର ବର୍ଷେ ପରେ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ପରେ ତାଙ୍କ ଉପରେ ଯେମିତି ବିପଦର ପାହାଡ଼ ମାଡ଼ି ବସିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଶୀଲାଦେବୀ ନିଜ ବାପଘର ଖେଡ଼ା ଗାଁକୁ ଆସି ରହିବାକୁ ଲାଗିଲେ। ସେ କାହା ଉପରେ ବୋଝ ହେବାକୁ ଚାହୁଁନଥିଲେ। ସାହାସର ସହ ପିତାଙ୍କୁ କ୍ଷେତ କାମରେ ସାହାଯ୍ୟ କଲେ।

ଧିରେଧିରେ ଶୀଲାଦେବୀଙ୍କ ଜୀବନ ସୁଧୁରୁଥିବା ବେଳେ ବର୍ଷେ ପରେ ତାଙ୍କ ମାଆ ଓ ବାପାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। କିନ୍ତୁ ଶୀଲା ଦେବୀଙ୍କ ଦୃଢ଼ ମନୋବଳ ତାଙ୍କୁ ହାରିବାକୁ ଦେଇ ନଥିଲା। ଜୀବନଜୀବିକା ପାଇଁ ସେ ଦୁଇଟି ମଇଁଶି କିଣି କ୍ଷୀର ବ୍ୟବସାୟ ଆରମ୍ଭ କଲେ। ସାଇକେଲରେ ଆଖପାଖ ଅଞ୍ଚଳରେ କ୍ଷୀର ବିକ୍ରି କଲେ।

ଗତ 22 ବର୍ଷ ହେଲା ସେ ଏହି କାମ କରୁଛନ୍ତି।ଆଜି ଶୀଲା ବୁଆଙ୍କୁ 62 ବର୍ଷ। ଆଜି ବି ତାଙ୍କ ମନୋବଳ ଦୃଢ଼ ରହିଛି। ସାଇକେଲଟେ ଧରି ଘର ଓ ଦୋକାନରେ ସେ କ୍ଷୀର ବିକ୍ରି କରନ୍ତି। ଘରେ ପାଳିଥିବା ମଇଁଶିଙ୍କଠୁ କିଛି କ୍ଷୀର ମିଳୁଥିବା ବେଳେ କିଛି ସେ ଗାଁର ପଶୁ ପାଳକଙ୍କଠାରୁ କିଣନ୍ତି।

ତାଙ୍କ ଦୈନନ୍ଦିନ କାମ କଥା କହିଲେ, ଶୀତ ହେଉ କି ଗ୍ରୀଷ୍ମ ସେ ଭୋର 4ଟା ବେଳେ ଉଠି ଯାଆନ୍ତି। ବଡ଼ ବଡ଼ କ୍ଷୀର କେନ ସାଇକେଲରେ ଲଦି 5 କିମି ଦୂରରେ ଥିବା ଅମାଂପୁରକୁ ଯାଇ କ୍ଷୀର ବିକ୍ରି କରନ୍ତି। ପରେ ଦିନ ସାଢ଼େ 2ଟା ମଧ୍ୟରେ ଘରକୁ ଫେରି ରୋଷେଇ କରି ଖାଆନ୍ତି। ଏହାପରେ ଅପରାହ୍ଣ 4ଟା ବେଳେ ସେ ପୁନଃ ବଜାରକୁ ଯାଇ କ୍ଷୀର କିଣି 7ଟା ବେଳେ ଫେରନ୍ତି। ଏହାପରେ ପୁନଃ ଗାଇଙ୍କଠାରୁ କ୍ଷୀର ସଂଗ୍ରହ କରିବା ସହ ସେମାନଙ୍କୁ ଚାରା ଖାଇବାକୁ ଦେଇଥାନ୍ତି।

ଶୀଲା ଦେବୀଙ୍କ ପେନଶନ ବି ବନ୍ଦ ହୋଇଯାଇଛି, ସ୍ବାସ୍ଥ୍ୟ ବିଭାଗର ଯେଉଁ 5 ଲକ୍ଷ ଟଙ୍କିଆ କାର୍ଡ ହେବା କଥା ତାହା ବି ହୋଇନି। ଜମି ପାଇଁ ଯେଉଁ ଟଙ୍କା 2 ହଜାର ଆସୁଥିଲା ତାହା ବି ଆସୁନି।

ସ୍ବାମୀ, ମାଆ ଓ ବାପାଙ୍କ ମୃତ୍ୟୁ ପରେ ବି ଶୀଲା ବୁଆ କାହା ଆଗରେ ହାତ ପାତି ନାହାନ୍ତି। କଠିନ ପରିଶ୍ରମ ବଳରେ ଆତ୍ମନିର୍ଭର ହୋଇ ଏମିତି କିଛି କରି ଦେଖାଇଛନ୍ତି, ଯାହା ଅନ୍ୟମାନଙ୍କ ପକ୍ଷରେ କଷ୍ଟସାଧ୍ୟ। ନିଜ କାମକୁ ନେଇ ଗର୍ବ କରନ୍ତି ଶିଲା ଦେବୀ। ସମାଜରେ ଆଜି ଶୀଲା ବୁଆ ଉଦାହରଣ ସାଜିଛନ୍ତି। ଜଣେ ପରିଶ୍ରମୀ ମହିଳା ସହ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବର୍ତ୍ତମାନ ସେ ଯୋଗୀ ଆଦିତ୍ୟନାଥ ଓ ପ୍ରଶାସନ ଅଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ନିବେଦନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.