ETV Bharat / bharat

ବିଜେପିରେ ମିଶିଲେ ସାୟରା ବାନୋ, ବିହାରରେ ନିର୍ବାଚନ ଲଢିବାକୁ ବଳାଇଲେ ମନ

author img

By

Published : Oct 11, 2020, 1:19 PM IST

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ସାୟରା ବାନୋ। ତିନି ତଲାକ ବିରୁଦ୍ଧରେ ପ୍ରଥମ କରି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ ସାୟରା। ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ବିଜେପିରେ ସାମିଲ କରାଯାଇଛି। ଅଧିକ ପଢ଼ନ୍ତୁ...

ବିଜେପିରେ ସାମିଲ ହେଲେ ସାୟରା ବାନୋ, ତିନି ତଲାକ ବିରୁଦ୍ଧରେ ଉଠାଇଥିଲେ ସ୍ବର

ଡେରାଡୁନ: ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ସାୟରା ବାନୋ। ତିନି ତଲାକ ବିରୁଦ୍ଧରେ ପ୍ରଥମ କରି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ ସାୟରା। ଗତ ଶନିବାର ପ୍ରଦେଶ ବିଜେପି ଅଧ୍ୟକ୍ଷ ବଂଶୀଧର ଭଗତଙ୍କତ ଉପସ୍ଥିତିରେ ତାଙ୍କୁ ବିଜେପିରେ ସାମିଲ କରାଯାଇଛି। ବିଜେପିରେ ସାମିଲ ହେବାପରେ ବିହାର ନିର୍ବାଚନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଇଚ୍ଛା ଜାହିର କରିଛନ୍ତି ସାୟରା।

ସେପଟେ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ବଂଶୀଧର ଭଗତ ମଧ୍ୟ ସାୟରାଙ୍କୁ ନେଇ ଉଚ୍ଚ ଆକାଂକ୍ଷା ରଖିଛନ୍ତି। ସେ କହିଛନ୍ତି ଯେ, "ତିନି ତଲାକ ଭଳି ସାମାଜିକ ପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ସାୟରା। ଏହି ଭଳି ଭାବରେ ସେ ଭାରତୀୟ ଜନତା ପାର୍ଟିର ସିଦ୍ଧାନ୍ତକୁ ଆଗକୁ ସହାୟକ ହେବେ। ବିଶେଷକରି ମହିଳା ଓ ଅଳ୍ପସଂଖ୍ୟକଙ୍କ ପାଖରେ ବିଜେପିର ମୁଲ୍ୟବୋଧ ପହଞ୍ଚାଇବା ପାଇଁ ସାୟରା କାର୍ଯ୍ୟ କରିବେ।"

ବିଜେପିରେ ସାମିଲ ହେବାପରେ ସାୟରା ବାନୋ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ଏକ ରିପୋର୍ଟ ମୁତାବକ ତାଙ୍କ ପାଇଁ କୌଣସି ବର୍ତ୍ତମାନ କୌଣସି ସ୍ପଷ୍ଟ ଦାୟିତ୍ବ ଧାର୍ଯ୍ୟ କରାଯାଇନଥିବା ସୂଚନା ମିଳିଛି। ତେବେ ଏନେଇ ସାୟରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ 2022ରେ ହେବାକୁ ଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି।

ଉତ୍ତରାଖଣ୍ଡର କାଶୀପୁର ବାସିନ୍ଦା ହେଉଛନ୍ତି ସାୟରା ବାନୋ। ତିନି ତଲାକ, ବହୁ ବିବାହ ଭଳି ପ୍ରଥା ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ କରିଥିଲେ। ଏନେଇ 2016 ମସିହାରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। 2002 ମସିହାରେ ସେ ଉତ୍ତରପ୍ରଦେଶର ଜଣେ ପ୍ରପର୍ଟି ଡିଲରଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ଉପରେ ପାରିବାରିକ ନିର୍ଯାତନା ବଢ଼ିଯାଇଥିଲା। ଏହାପରେ ସାୟରାଙ୍କ ସ୍ବାମୀ ତାଙ୍କୁ ଫୋନ ଜରିଆରେ ତିନି ତଲାକ ପଠାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.