ଭୋପାଳ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତୃଘ୍ନ ସିହ୍ନା ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ନିଜ ଟ୍ବିଟରରେ ଲେଖିଛନ୍ତି ଯେ ମଧ୍ୟପ୍ରଦେଶର ବିଜେପି 3ଟି ଭାଗରେ ବିଭକ୍ତ ହୋଇଛି। ପ୍ରଥମ- ମହାରାଜ, ଦ୍ବିତୀୟ-ନାରାଜ ଓ ତୃତୀୟ- ଶିବରାଜ । ଶତୃଘ୍ନଙ୍କ ଏହି ରାଜନୈତିକ ଆଭିମୁଖ୍ୟରୁ ଅନେକ ଅର୍ଥ ବାହାର କରାଯାଉଛି ।
ପ୍ରକାଶଥାଉକି, ମଧ୍ୟପ୍ରଦେଶରେ ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ଅନେକ ବିଜେପି ନେତା ରାଗିଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ଏହି ବିଜେପି ନେତାମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଯୋଡି ହେବାପରେ ରାଗରେ ବିଜେପି ନେତା ।
ମଧ୍ୟପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଭାଗ ବଣ୍ଟାକୁ ନେଇ କୌଣସି ନିଷ୍ପତ୍ତି ନେଇପାରି ନାହାଁନ୍ତି। କମଲ ନାଥଙ୍କ ସରକାରରେ ଜ୍ୟୋତିରାଦିତ୍ୟଙ୍କ ଖାତାରେ ସ୍ବାସ୍ଥ୍ୟ, ରାଜସ୍ବ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଶିକ୍ଷା, ପରିବହନ, ଶ୍ରମ ଓ ଖାଦ୍ୟ ବିଭାଗ ରହିଥିଲା।
ବିଭାଗ ବାଣ୍ଟିବା ମଧ୍ୟ ସିନ୍ଧିଆ ଟ୍ବିଟ କରି କହିଛନ୍ତି ଯେ, ‘ମୋ ପିତା ହୁଅନ୍ତୁ କିମ୍ବା ମା, କେହି ବି ରାଜନୀତିରେ ଛନ୍ଦକପଟ କରିନୁ । ଏଥିପାଇଁ ଆମ ଉପରେ ଆରୋପ ଲଗାଯାଉଛି । ମୁଁ ସମସ୍ତ ବିଶ୍ବାସ ସହ ଏହାର ନିଷ୍ପତ୍ତି ବିଜେପି ଉପରେ ଛାଡୁଛି । ବର୍ତ୍ତମାନ ଏହା ମୋ ପରିବାର ’ ।