ETV Bharat / bharat

‘ଗାନ୍ଧୀ-ନେହେରୁ ପରିବାର ହାତରେ ହିଁ କଂଗ୍ରେସ ନେତୃତ୍ବ ପ୍ରଭାବଶାଳୀ’

ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶଶି ଥରୁରଙ୍କ ବଡ ବୟାନ । ଗାନ୍ଧୀ-ନେହେରୁ ପରିବାର ହାତରେ କଂଗ୍ରେସ ପ୍ରଭାବଶାଳୀ ବୋଲି କହିଛନ୍ତି ଶଶି ।

ଫଟୋ ସୌଜନ୍ୟ: ଟ୍ବିଟର@ShashiTharoor
author img

By

Published : May 28, 2019, 9:47 AM IST

ନୂଆଦିଲ୍ଲୀ: ସଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି । ରାହୁଲ ମଧ୍ୟ ଇସ୍ତଫା ଦେବା ନେଇ ଜିଦରେ ଅଟଳ ରହିଛନ୍ତି । ଅନ୍ୟପଟେ ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରିବାକୁ ଦଳ ନାରାଜ । ଏଭଳି ପରିସ୍ଥିତିରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ।

ସେ କହିଛନ୍ତି, ଗାନ୍ଧୀ ପରିବାର ନେତୃତ୍ବରେ କଂଗ୍ରେସ ବହୁଥର ଭଲ ପ୍ରଦର୍ଶନ କରିଛି । ଚଳିତ ବର୍ଷ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିବାର ବେଳ ନୁହେଁ । ବରଂ ପ୍ରଭାବୀ ତରିକାରେ ଆଗକୁ ବଢିବାର ସମୟ । ଦଳର ବିଶ୍ବାସ ରହିଛି ଯେ ଗାନ୍ଧୀ-ନେହେରୁ ପରିବାରର ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି ଏବଂ କରିବ ମଧ୍ୟ । ତେଣୁ ଏହି ସମୟରେ ସୋନିଆ କିମ୍ବା ରାହୁଲଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା କଥା ନୁହେଁ ବୋଲି ଶଶି ଥରୁର କହିଛନ୍ତି ।

ସ୍ବାଧିନତା ପରେ କଂଗ୍ରେସର ନେତୃତ୍ବ ଅଧିକାଂଶ ସମୟ ଗାନ୍ଧୀ-ନେହେରୁ ପରିବାର ହାତରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ କିଛି ସମୟ ପାଇଁ ଯଦିଓ ଏହା ଅନ୍ୟ ନେତାଙ୍କ ପାଖକୁ ଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସୋନିଆ ନେତୃତ୍ବ ନେଇଥିଲେ । କାହିଁକିନା ଗାନ୍ଧୀ-ନେହେରୁ ପରିବାରର ସଦସ୍ୟଙ୍କ ନେତୃତ୍ବ ବିନା ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା କଂଗ୍ରେସ ବୋଲି କହିଛନ୍ତି ଶଶି ।

ଶଶି ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ପରାଜୟ ପାଇଁ ରାହୁଲ ନିଜକୁ ଉତ୍ତରଦାୟୀ କରି ସଭିଙ୍କୁ ପ୍ରଭାବିତ କରିଛନ୍ତି । ରାହୁଲ ଇସ୍ତଫା ଦେବା ନେଇ ଯେଉଁ ଗମ୍ଭୀରତା ପ୍ରକାଶ କରିଛନ୍ତି, ତାହା ହିଁ ଦର୍ଶାଉଛି ପରାଜୟକୁ ସେ ନିଜ ହାତକୁ ନେଇଛନ୍ତି । ତାଙ୍କ ନେତୃତ୍ବ ଉପରେ କୌଣସି ଆଶଙ୍କା କରିବା ଠିକ ନୁହେଁ ।

କହିରଖୁଛୁ, ଦଳର ବିପର୍ଯ୍ୟୟ ପରେ ଇସ୍ତଫା ଦେବାକୁ ଜିତ ଧରିଛନ୍ତି ରାହୁଲ ଗାନ୍ଧୀ । ନୂଆ ନେତୃତ୍ବ ଖୋଜିବା ପାଇଁ ଦଳକୁ ଅନୁରୋଧ କରିଛନ୍ତି । ଏପରିକି ତାଙ୍କ ବିକଳ୍ପ ମା ସୋନିଆ କି ଭଉଣୀ ପ୍ରିୟଙ୍କାକୁ ନକରି ଅନ୍ୟ ନେତାଙ୍କୁ ନେତୃତ୍ବ ଦେବାକୁ ଅନୁରୋଧ କରିଛନ୍ତି ରାହୁଲ । ଅନ୍ୟପଟେ ରାହୁଲଙ୍କୁ ଇସ୍ତଫାକୁ ଦଳ ଗ୍ରହଣ କରିନି । ତାଙ୍କୁ ମନାଇବା ପାଇଁ ପୁଣିଥରେ ଉଦ୍ୟମ କରିବ CWC ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.