ETV Bharat / bharat

କେରଳ କଂଗ୍ରେସର କ୍ଲିନଚିଟ, ଥରୁରଙ୍କ ପ୍ରଶଂସା - Shashi Tharoor

ମୋଦିଙ୍କ ଫ୍ୟାନ୍ସ କ୍ଲବରେ ଥରୁର ଏକମାତ୍ର କଂଗ୍ରେସ ନେତା ନୁହନ୍ତି । ତାଙ୍କ ପୂର୍ବରୁ ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭୀ ମଧ୍ୟ ମୋଦିଙ୍କ ତାରିଫ କରିସାରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 30, 2019, 5:02 AM IST

ଥିରୁଅନନ୍ତପୁରମ: ମୋଦିଙ୍କ ଫ୍ୟାନ୍ସ କ୍ଲବରେ ସାମିଲ ହୋଇଥିବା କଂଗ୍ରେସ ନେତା ଶଶି ଥରୁରଙ୍କୁ ଦଳ ପକ୍ଷରୁ ମିଳିଛି କ୍ଲିନଚିଟ । ଯାହାକୁ ନେଇ ଥରୁର ସନ୍ତୋଷ ବ୍ୟକ୍ତ କରିବା ସହ କେରଳ କଂଗ୍ରେସକୁ କରିଛନ୍ତି ପ୍ରଶଂସା । ଏହାକୁ ଅଧିକ ବିବାଦୀୟ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।

ସୂଚନାନୁସାରେ କିଛିଦିନ ତଳେ ମୋଦିଙ୍କୁ ପ୍ରଶଂସା କରିଥିଲେ ଥରୁର । ମୋଦିଙ୍କ ଭଲ କାମ ଲାଗି ସେ ତାରିଫର ହକଦାର ବୋଲି ଶଶି କହିଥିଲେ । ତେବେ ଏହାକୁ ନେଇ କଂଗ୍ରେସରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବା ପରେ ମନ୍ତବ୍ୟ ଲାଗି କେରଳ କଂଗ୍ରେସ ସଭାପତି ଥରୁରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ଯାହାର ଉତ୍ତର ଗୁରୁବାର ଦଳକୁ ଲିଖିତ ଆକାରରେ ସେ ଦେଇଥିଲେ ।

Shashi Tharoor
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶଶିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସୂଚନା ଦେଇଥିଲେ କେରଳ କଂଗ୍ରେସ ସଭାପତି ମୁଲ୍ଲାପ୍ପଲ୍ଲୀ ରାମଚନ୍ଦ୍ରନ । ଥରୁରଙ୍କ ସ୍ପଷ୍ଟୀକରଣରେ ଦଳ ସନ୍ତୁଷ୍ଟ ଥିବା ସେ କହିଥିଲେ । ଦଳର କ୍ଲିନଚିଟ ପରେ ଥରୁର ପ୍ରଶଂସା କରିଥିଲେ । ସଭାପତି ତାଙ୍କ ଉତ୍ତରକୁ ସଠିକ ଭାବେ ବୁଝିଥିବାରୁ ଏବଂ ଘଟଣାକୁ ବନ୍ଦ କରିଦେଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

Shashi Tharoor
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହାସହ ସେ କହିଥିଲେ ଯେ ଏପରି ଅନାବଶ୍ୟକ ଓ ଦୁର୍ଭାଗ୍ୟଜନକ ଘଟଣାକୁ ସେ ଆଉ ଆଗକୁ ବଢାଇବାକୁ ଚାହୁଁନାହାନ୍ତି । ଏପରି ବିବାଦକୁ ଏଠାରେ ସମାପ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୋଦିଙ୍କ ଫ୍ୟାନ୍ସ କ୍ଲବରେ ଥରୁର ଏକମାତ୍ର କଂଗ୍ରେସ ନେତା ନୁହନ୍ତି । ତାଙ୍କ ପୂର୍ବରୁ ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭୀ ମଧ୍ୟ ମୋଦିଙ୍କ ତାରିଫ କରିସାରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.