ETV Bharat / bharat

ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନି, ମିଛୁଆ ଅଜିତ: ଶରଦ ପାୱାର

author img

By

Published : Nov 24, 2019, 8:17 PM IST

ବିଜେପି ସହ ଏନସିପିର ମେଣ୍ଟ କୌଣସି ମତେ ସମ୍ଭବ ନୁହେଁ । ବିଭ୍ରାନ୍ତିକର ଖବର ପ୍ରଚାର କରୁଛନ୍ତି ଅଜିତ ପାୱାର । ଟ୍ବିଟ କରି ଏମିତି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଅଧିକ ପଢନ୍ତୁ....

ଡିଜାଇନ ଫଟୋ

ମୁମ୍ବାଇ: ରାତିରେ ମାଷ୍ଟର ପ୍ଲାନ, ପାୱାରଫୁଲ ଡିସିସନ । ସକାଳେ ଅଜିତ ହେଲେ ଉପମୁଖ୍ୟମନ୍ତ୍ରୀ । ଏବେ ଶପଥ ଗ୍ରହଣର 35 ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଅଜିତ ପାୱାର। ସେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଧାନମନ୍ତ୍ରୀ ଓ ବିଜେପି ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ଦେଇଛନ୍ତି । ଏହାସହ ଅଜିତ୍ ପାଓ୍ଵାର ଟ୍ଵିଟ୍ କରି କହିଛନ୍ତି ଯେ, ମୁଁ ଏନସିପିରେ ଅଛି ଓ ଶରଦ ପାଓ୍ଵାର ମୋର ନେତା। ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ଲାଗି ସ୍ଥିର ସରକାର ଦେବ ବୋଲି କହିଥିଲେ। ଏହାପରେ ଶରଦ ପାୱାର, ପୁତୁରା ଅଜିତ ପାୱାରଙ୍କ ଏହି ଟ୍ବିଟ ପରେ ପରେ ବୟାନ ଜାରି କରିଛନ୍ତି ।

no alliance with bjp sarad pawar
ଫଟୋ ସୌଜନ୍ୟ: ଟ୍ବିଟର@PawarSpeakes

ଶରଦ ଟ୍ବିଟ କରି ବିଜେପି ସହ ମେଣ୍ଟ ପାଇଁ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅଜିତ ପାୱାରଙ୍କ ବୟାନ ବିଭ୍ରାନ୍ତିକର । ଏନସିପିରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ମେଣ୍ଟ ସହଯୋଗୀ ଶିବସେନା ଓ କଂଗ୍ରେସ ସହ ହୋଇ ସରକାର ଗଠନ କରାଯିବ ବୋଲି ଦୃଢୋକ୍ତି ଦେଇଛନ୍ତି । ଅଜିତ ପାୱାରଙ୍କ ବୟାନ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତିକର ସ୍ଥିତି ଉତ୍ପନ୍ନ କରିବା ପାଇଁ ମିଛର ସାହାର ନେଉଥିବା ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.