ETV Bharat / bharat

'RSS କର୍ମୀ ହିନ୍ଦୁ ନୁହଁନ୍ତି, ସେମାନେ ବେଦକୁ ମାନନ୍ତି ନାହିଁ'

ଆରଏସଏସ ସଂଘ ଓ ଏହାର ଲୋକମାନେ ବେଦ ଉପରେ ବିଶ୍ବାସ କରନ୍ତି ନାହିଁ । ଯେଉଁମାନେ ବେଦରେ ବିଶ୍ବାସ ରଖନ୍ତି ନାହିଁ ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହିଛନ୍ତି ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ।

author img

By

Published : May 9, 2019, 11:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ଉପରେ ଜୋରଦାର ପ୍ରହାର କରିଛନ୍ତି ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ । ସଂଘ ଓ ଏହାର ଲୋକମାନେ ବେଦ ଉପରେ ବିଶ୍ବାସ କରନ୍ତି ନାହିଁ । ଯେଉଁମାନେ ବେଦରେ ବିଶ୍ବାସ ରଖନ୍ତି ନାହିଁ ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହିଛନ୍ତି ସେ ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ସଂଘର ଏକ ଗ୍ରନ୍ଥ ରହିଛି, ଯାହାର ନାଁ ବିଚାର ନବନିତ । ଏହା ଗୁରୁ ଗୋବଲକରଙ୍କ ଦ୍ବାରା ଲେଖା ଯାଇଛି । ଏହି ଗ୍ରନ୍ଥରେ କୁହାଯାଇଛି ହିନ୍ଦୁଙ୍କ ଏକତାର ଆଧାର କେବଳ ବେଦ ହୋଇପାରେ ନାହିଁ । କାରଣ ବେଦକୁ ଯଦି ଆମେ ଆଧାର ମାନିବା ତେବେ ଜୈନ ଓ ବୌଦ୍ଧ ଆମଠାରୁ ଦୂରେଇ ଯିବେ । ଏପରିକି ଜୈନ ଓ ବୌଦ୍ଧ ଧର୍ମର ଲୋକଙ୍କୁ ମଧ୍ୟ ଆରଏସଏସ ଗ୍ରନ୍ଥ ହିନ୍ଦୁ ବୋଲି ସ୍ବୀକାର କରେ ।

ସେ ଆହୁରି କହିଛନ୍ତି ଯେ ଯେଉଁମାନେ ବେଦର ଧର୍ମ-ଅଧର୍ମ ଉପରେ ବିଶ୍ବାସ ରଖିଥାନ୍ତି, ସେମାନେ ହେଉଛନ୍ତି ହିନ୍ଦୁ । ଯେଉମାନେ ବେଦକୁ ମାନନ୍ତି ସେମାନଙ୍କୁ ଆସ୍ତିକ କୁହାଯାଇଥାଏ ଓ ଯେଉଁମାନେ ଆସ୍ତିକ ହୋଇଥାନ୍ତି, ସେମାନେ ହିନ୍ଦୁ ହୁଅନ୍ତି ବୋଲି ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ କହିଛନ୍ତି ।

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.