ହରିଦ୍ବାର: ରାମ ମନ୍ଦିର ଭୂମିପୂଜାର ମୁହୂର୍ତ୍ତକୁ ବିରୋଧ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ । ଏହାକୁ ନେଇ ହରିଦ୍ବାରର ସାଧୁସନ୍ଥଙ୍କ କଡା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶଙ୍କରାଚାର୍ଯ୍ୟ କଂଗ୍ରେସ ମାନସିକତାର ବ୍ୟକ୍ତି ବୋଲି ସନ୍ଥମାନେ କହିଛନ୍ତି ।
ହରିଦ୍ବାରର ସାଧୁସନ୍ଥମାନେ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟ ସାଧୁଗିରି କମ ଓ ରାଜନୀତି ଅଧିକ କରୁଛନ୍ତି । ସେ ସର୍ବଦା କଂଗ୍ରେସର ଗୁଣଗାନ କରୁଛନ୍ତି । ଏଥିପାଇଁ ଏଥିପାଇଁ ରାମ ମନ୍ଦିରର କାର୍ଯ୍ୟରେ ବିରୋଧ କରୁଥିବା ଅଭିଯୋଗ ଅଣାଯାଇଛି ।
ଦ୍ବାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ କହିଛନ୍ତି ଯେ ଅଗଷ୍ଟ 5ରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଭୁଲ ଅଟେ ଓ ଏହା ଭାରତୀୟ ଧର୍ମଶାସ୍ତ୍ରର ବିରୋଧୀ । ରାମ ମନ୍ଦିରକୁ ରାଜନୈତିକ ବିଷୟ ନକରି ସମସ୍ତଙ୍କ ସହମତିରେ ଶୁଭ ମୁହୂର୍ତ୍ତ ବାହାର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କହିଥିଲେ ଶଙ୍କରାଚାର୍ଯ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ