ETV Bharat / bharat

165 କୋରୋନା ମୃତଦେହର ସଂସ୍କାର କରିଛି ଶହୀଦ ଭଗତ ସିଂହ ସେବା ଦଳ - ଦିଲ୍ଲୀରେ ଶହୀଦ ଭଗତ ସିଂହ ସେବା ଦଳ

ଜିତେନ୍ଦ୍ର ସିଂହ ଦିଲ୍ଲୀରେ ଏକ ବିଶେଷ 'ସେବା' ଆରମ୍ଭ କରିଛନ୍ତି । ଏହି ସ୍ବତନ୍ତ୍ର 'ସେବା' ଅଧୀନରେ ଏପର୍ଯ୍ୟନ୍ତ 165 ଟି କୋରୋନା ମୃତଦେହ ଦାହ କରିଛି ଏହି ଦଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ମୃତ୍ୟୁ 165 ଟି ଦେହକୁ ଦାହ କରିଛି ଶହୀଦ ଭଗତ ସିଂହ ସେବା ଦଳ

author img

By

Published : Jul 17, 2020, 7:29 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି । ବର୍ତ୍ତମାନ କୋରୋନା ରୋଗୀଙ୍କୁ ଯେତିକି ଚିନ୍ତା ବଢିବାରେ ଲାଗିଛି ତାଠାରୁ ଦୁଇ ଗୁଣିତ ଚିନ୍ତା ବଢିଛି କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିର ମୃତଦେହକୁ ନେଇ । ମୃତଦେହର ଅନ୍ତିମ ସଂସ୍କାର କରିବା ପାଇଁ ନିଜ ପରିବାର ଲୋକେ ମଧ୍ୟ ଆସିବାକୁ ନାରାଜ । ଏଭଳି ଘଟଣା ଯେତିକି ସମ୍ବେଦନଶୀଳ ସେତିକି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ । ଏପରି କ୍ଷେତ୍ରରେ ଜଣେ କୋରୋନା ଯୋଦ୍ଧା ଭାବେ ସେବା କରିବାକୁ ଆଗ ଧାଡିରେ ଠିଆ ହୋଇଛନ୍ତି । ସେ ହେଉଛନ୍ତି ଶହୀଦ ଭଗତ ସିଂହ ସେବା ଦଳର ସଂସ୍ଥାପକ ଜିତେନ୍ଦ୍ର ସିଂହ ଶଣ୍ଟୀ ।

କୋରୋନାରେ ମୃତ୍ୟୁ 165 ଟି ଦେହକୁ ଦାହ କରିଛି ଶହୀଦ ଭଗତ ସିଂହ ସେବା ଦଳ
କୋରୋନାରେ ମୃତ୍ୟୁ 165 ଟି ଦେହକୁ ଦାହ କରିଛି ଶହୀଦ ଭଗତ ସିଂହ ସେବା ଦଳ

ଜିତେନ୍ଦ୍ର ସିଂହ ଦିଲ୍ଲୀରେ ଏକ ବିଶେଷ 'ସେବା' ଆରମ୍ଭ କରିଛନ୍ତି । ଏହି ସ୍ବତନ୍ତ୍ର 'ସେବା' ଅଧୀନରେ ଏପର୍ଯ୍ୟନ୍ତ 165 ମୃତଦେହ ସଂସ୍କାର କରିଛି ଏହି ଦଳ । ସେଥିମଧ୍ୟରୁ 35 ଟି ମୃତଦେହ ଏପରି ଥିଲା ଯେ ପରିବାରର କୌଣସି ସଦସ୍ୟ ଅନ୍ତିମ ସଂସ୍କାରରେ ଜଡିତ ନଥିଲେ ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ ।

ଏନେଇ ଜିତେନ୍ଦ୍ର କହିଛନ୍ତି, 'ଏହା ବ୍ୟତୀତ ଆମେ 7ଟି ଅଚିହ୍ନା ମୃତଦେହ ମଧ୍ୟ ଦାହ କରିଛୁ ।' ସୂଚନା ଥାଉକି କୋରୋନା ଭାଇରସ୍ ଯୋଗୁଁ ଏପରି ଅନେକ ମୃତଦେହ ଅଛି ଯାହାକୁ ସେମାନଙ୍କ ପରିବାର ନେବାକୁ ଆସନ୍ତି ନାହିଁ । ଶେଷରେ ଡାକ୍ତରଖାନା ସାହାଯ୍ୟରେ ସେମାନଙ୍କୁ ଦାହ କରାଯାଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିତେନ୍ଦ୍ର ସିଂ ଶନ୍ତୀଙ୍କ ସମେତ ସମଗ୍ର ପରିବାର ନିକଟରେ କୋରୋନା ଭାଇରସ୍ ମହାମାରୀରେ ସଂକ୍ରମିତ ହୋଇଥିଲେ । ଏହି ସମୟରେ ମଧ୍ୟ ଜିତେନ୍ଦ୍ର ସିଂଙ୍କର ଆତ୍ମ ବିଶ୍ବାସ ​ଆଦୌ କମି ନଥିଲା । ସେ ଏହି ସଂକ୍ରମଣରୁ ସୁସ୍ଥ ହେବା ମାତ୍ରେ ନିଜ କାମକୁ ଫେରି ଯାଇଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ଜିତେନ୍ଦ୍ର ସିଂଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ବହୁ ପ୍ରଶଂସା ପାଇବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.