ETV Bharat / bharat

ଆସାମରେ ଜଳପ୍ରଳୟ, ଏପର୍ଯ୍ୟନ୍ତ 87 ମୃତ

ଦେଶରେ ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ବିତ୍ପାତ । ଏଥିରେ ଆସାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଆସାମର ପ୍ରାୟ 24 ଟି ଜିଲ୍ଲା ବନ୍ୟା ପାଣିରେ ଉବୁଟୁବୁ । ଅଧିକ ଖବର ପଢନ୍ତୁ...

ଆସାମରେ ଜଳପ୍ରଳୟ; ବନ୍ୟାରେ 87 ଜଣଙ୍କ ମୃତ୍ୟୁ
ଆସାମରେ ଜଳପ୍ରଳୟ; ବନ୍ୟାରେ 87 ଜଣଙ୍କ ମୃତ୍ୟୁ
author img

By

Published : Jul 22, 2020, 10:57 AM IST

ଗୌହାଟୀ: ଦେଶରେ ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ବିତ୍ପାତ । ଏଥିରେ ଆସାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଆସାମର ପ୍ରାୟ 24 ଟି ଜିଲ୍ଲା ବନ୍ୟା ପାଣିରେ ଉବୁଟୁବୁ । ଏଥିରେ ଥିବା ପ୍ରାୟ 2323 ଗାଁର ପାଖାପାଖି 24 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ଆସାମରେ ଜଳପ୍ରଳୟ; ବନ୍ୟାରେ 87 ଜଣଙ୍କ ମୃତ୍ୟୁ

ଅନ୍ୟପଟେ ଏହି ବନ୍ୟାରେ 87 ଜଣଙ୍କ ପ୍ରାଣ ଯାଇଥିବା ବେଳେ କିଛି ଜଣ ନିଖୋଜ ଥିବା ସୂଚନା ରହିଛି । ବ୍ରହ୍ମପୁତ୍ରର ଜଳଧାରା 110, 323, 53 ହେକ୍ଟର ଜମିରେ ମାଡିଯାଇଛି । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ତରଫରୁ 379ଟି ରିଲିଫ କ୍ୟାମ୍ପ କରାଯାଇ ବନ୍ୟା ପ୍ରପୀଡିତଙ୍କୁ ସେବା ଯୋଗାଇ ଦିଆଯାଉଛି ।

ସେପଟେ ଏବେ ବି ବ୍ରହ୍ମପୁତ୍ର ଓ ଏହାର ଶାଖାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିବା ବେଳେ ସ୍ଥିତି ସମୀକ୍ଷା ନେଇ ଗୃହ ମନ୍ତ୍ରାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.