ETV Bharat / bharat

ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି; ସମସ୍ୟା ଘେରରେ 38 ହଜାରରୁ ଉର୍ଦ୍ଧ୍ବ ଲୋକ - flood waters stop life in assam

କୋରୋନା ସମୟରେ ଆସାମରେ ତାଣ୍ଡବ ରଚୁଛି ବନ୍ୟା । ଏଥିରେ ବର୍ତ୍ତମାନ ସୁଦ୍ଧା 100ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଥିବାବେଳେ, ବୁଧବାର ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି; ସମସ୍ୟା ଘେରରେ 38 ହଜାରରୁ ଉର୍ଦ୍ଧ୍ବ ଲୋକ

author img

By

Published : Jun 25, 2020, 4:41 PM IST

ନୂଆଦିଲ୍ଲୀ: ଆସାମରେ ବନ୍ୟା ଯୋଗୁଁ କଷ୍ଟକର ହୋଇପଡିଛି ଲୋକଙ୍କ ଜୀବନ । ଏହି ବନ୍ୟା ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ହଜାର ହଜାର ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ୟା କାରଣରୁ 102ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଥିବାବେଳେ, 5 ହଜାର ହେକ୍ଟରରୁ ଅଧିକ ଜମିରେ ପାଣି ପସି ଫସଲ ନଷ୍ଟ ହୋଇଯାଇଛି।

ରାଜ୍ୟର 5ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 38 ହଜାର ଲୋକ ଏଠାରେ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି । ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ମୃତକଙ୍କ ସଂଖ୍ୟା 12କୁ ବୃଦ୍ଧି ପାଇଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ ଏବଂ ଧୋବରୀର ନିମାଟିହାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଧେମାଜୀ ଜିଲ୍ଲାରେ ରାସ୍ତା ଓ ଅନ୍ୟାନ୍ୟ ସଂରଚନାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋଲାଘାଟ ଜିଲ୍ଲାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେତୁ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି।

ଆସାମର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ, ବନ୍ୟା ଯୋଗୁଁ 38 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତି ଧେମାଜୀ, ଜୋରହାଟ, ମଜୁଲି, ସିବସାଗର ଏବଂ ଡିବ୍ରୁଗଡ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହୋଇଛି ଧେମାଜୀ ଜିଲ୍ଲା । ସମୁଦାୟ ମଙ୍ଗଳବାର ସୁଦ୍ଧା ଏଥିରେ 37 ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି । ଏନେଇ ବନ୍ୟାରେ ପ୍ରବାଭିତ ଲୋକଙ୍କୁ 2ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ 27ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି । ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ 1 ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ପ୍ରଭାବିତ ଲୋକଙ୍କ ମଧ୍ୟରେ 119 କ୍ୱିଣ୍ଟାଲ ଚାଉଳ, ଡାଲି ଏବଂ ଲୁଣ ବଣ୍ଟନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.