ETV Bharat / bharat

ହିମାଚଳ ପ୍ରଦେଶ ମଣ୍ଡିରେ ଦୁର୍ଘଟଣା, 7 ମୃତ

ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ପିକଅପ ଭ୍ୟାନ। ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶ ମଣ୍ଡିରେ ଦୁର୍ଘଟଣା, 7 ମୃତ
ହିମାଚଳ ପ୍ରଦେଶ ମଣ୍ଡିରେ ଦୁର୍ଘଟଣା, 7 ମୃତ
author img

By

Published : Nov 16, 2020, 12:29 PM IST

ସିମଲା: ହିମାଚଳ ପ୍ରଦେଶର ମଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚଣ୍ଡିଗଡ-ମନାଲି ଜାତୀୟ ରାଜପଥ ନିକଟରେ ଥିବା ଏକ ବ୍ରିଜ ଉପରୁ ପିକଅପ ଭ୍ୟାନ ନଦୀ ଭିତରକୁ ଗଳିପଡିବା ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ପ୍ରବାସୀ ଶ୍ରମିକ ବୋଲି ସୂଚନା ମିଳିଛି। ଘଟଣାରେ ପିକଅପ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ 7 ଜଣ ପ୍ରବାସୀ ଶ୍ରମିକ ବିହାର। ସେମାନେ କାମ ପାଇଁ ହିମାଚଳ ଆସୁଥିଲେ । ଦୁର୍ଘଟଣା ସମ୍ପର୍କରେ ଖବରପାଇ ସଦର ଥାନା ଏସଏଚଓ ବିନୋଦ କୁମାର ଠାକୁର ପୁରା ଟିମ ନେଇ ସହ ଘଟଣାସ୍ଥଳରେ ପହଞ୍ଚି ନଦୀରେ ପଡିଥିବା ଗାଡି ଭିତରୁ ମୃତଦେହକୁ ବାହାରକୁ ବାହାର କରିଥିଲେ।

ଏହାପରେ ସମସ୍ତ ମୃତକଙ୍କୁ ଜୋନଲ ହସ୍ପିଟାଲ ପଠାଇବା ସହ ସମ୍ପର୍କୀୟଙ୍କୁ ଖବର ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.