ETV Bharat / bharat

ବଜେଟ ଅଧିବେଶନରେ ବିଶୃଙ୍ଖଳା କରି ନିଲମ୍ବିତ କଂଗ୍ରେସର 7 ସାଂସଦ

author img

By

Published : Mar 5, 2020, 4:34 PM IST

ଗୌରବ ଗୋଗାଇଙ୍କ ସମେତ ସାତ ଜଣ ସାଂସଦଙ୍କୁ ଗୁରୁବାର ବଜେଟ ଅଧିବେଶନରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ସେମାନେ ସଂସଦର ଚଳିତ ଅଧିବେଶନର ବଳକା କାର୍ଯ୍ୟଦିବସ ଗୁଡ଼ିକରେ ଆଉ ଅଂଶ ଗ୍ରହଣ କରିପାରିବେ ନାହିଁ । ଅଧିକ ପଢନ୍ତୁ...

speaker-om-birla
ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ: ସଂସଦରେ ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଗୌରବ ଗୋଗୋଇଙ୍କ ସମେତ ସାତ ଜଣ ସାଂସଦଙ୍କୁ ଗୁରୁବାର ବଜେଟ ଅଧିବେଶନରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ସେମାନେ ସଂସଦର ଚଳିତ ଅଧିବେଶନର ବଳକା କାର୍ଯ୍ୟଦିବସ ଗୁଡ଼ିକରେ ଆଉ ଅଂଶ ଗ୍ରହଣ କରିପାରିବେ ନାହିଁ ।

ତେବେ ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି, ଗୌରବ ଗୋଗୋଇ, ଟିଏନ ପ୍ରଥପନ, ଡିନ କୁରିକୋଶ, ଆର ଉନ୍ନିଥନ, ମନିକାମ ଟାଗୋର, ବେନି ବେହନାନ ଏବଂ ଗୁରଜୀତ ସିଂହ ଆହୁଜା । ଏହି ସାଂସଦମାନେ ଲୋକସଭାର କାର୍ଯ୍ୟ ଚାଲିଥିବା ସୟୟରେ ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗୃହ କାର୍ଯ୍ୟ ସଂଚାଳନରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.