ETV Bharat / bharat

ସେରମ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ ମିଳିବ 25 ଲକ୍ଷ

author img

By

Published : Jan 21, 2021, 9:46 PM IST

ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ହୋଇଥିବା ଅଗ୍ନିକାଣ୍ଡରେ 5 ମୃତ । ମୃତକଙ୍କ ପରିବାର ପ୍ରତି 25 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ଘୋଷଣା କରିଛି ସେରମ ଇନଷ୍ଟିଚ୍ୟୁଟ । ଅଧିକ ପଢନ୍ତୁ...

ସେରମ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ମିଳବ 25 ଲକ୍ଷ

ପୁଣେ: କୋରୋନା ଭାଇରସ ଟିକା ପ୍ରସ୍ତୁତ କରୁଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପୁଣି ଲାଗିଛି ନିଆଁ । ଇନଷ୍ଟିଚ୍ୟୁଟର କମ୍ପର୍ଟମେଣ୍ଟରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମବାହୀନି ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏହାପୂର୍ବରୁ ଗୁରୁବାର ଅପରାହ୍ନରେ ସେରମ ଇନଷ୍ଟିଚ୍ୟୁଟର ସମାନ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ 5 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ପ୍ରତି 25 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ଘୋଷଣା କରିଛି ସେରମ ଇନଷ୍ଟିଚ୍ୟୁଟ ।

ସେରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଦାର ପୁନାୱାଲା ଏକ ବିବୃତ୍ତି ଜାରି କରି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଖଦ ଦିନ। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ମଞ୍ଜରୀର ସ୍ପେଶାଲ ଇକୋନୋମିକ ଜୋନରେ ଏହି ଅଗ୍ନିକାଣ୍ଡରେ ଜୀବନ ଯାଇଛି ଓ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଆମେ ଗଭୀର ଦୁଃଖିତ ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛୁ ଏହି ପରିପ୍ରେକ୍ଷୀରେ ଆମେ ପ୍ରତ୍ୟେକ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବୁ। ଏହି ଦୁଃଖଦ ଘଡିରେ ସମସ୍ତଙ୍କ ଚିନ୍ତା ଏବଂ ପ୍ରାର୍ଥନା ପାଇଁ ଆମେ କୃତଜ୍ଞତା ଜଣାଉଛୁ ବୋଲି ଅଦାର ପୁନାୱାଲା କହିଛନ୍ତି ।

ଅଗ୍ନିକାଣ୍ଡରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ବିପିନ ସରୋଜ, ରମାଶଙ୍କର ରହିଥିବା ବେଳେ ବିହାରର ସୁଶୀଲ କୁମାର ପାଣ୍ଡେ, ପୁଣେର ମହେନ୍ଦ୍ର ଇଙ୍ଗଚ୍ଛେ ଓ ପ୍ରତୀକ ପାଷ୍ଟେ ସାମିଲ ଅଛନ୍ତି ।

ପୂର୍ବରୁ ଲାଗିଥିବା ନିଆଁକୁ ଆୟତ୍ତ ସରିଥିବା ବେଳେ ପୁଣି ସଂଧ୍ୟାରେ ଆଉଥରେ ଅଗ୍ନିକାଣ୍ଡ ଘଟିଛି । ୱେଲ୍‌ଡିଂ କାର୍ଯ୍ୟ ପାଇଁ ଏହି ଅଗ୍ନିକାଣ୍ଡ ହୋଇଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ସୂଚନା ଦେଇଛନ୍ତି ।

ପୁଣେର ମଞ୍ଜରୀ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । 300 କୋଟିର ଖର୍ଚ୍ଚରେ ତିଆରି ଏହି ପ୍ଲାଣ୍ଟରେ କୋରୋନା ଭ୍ୟାକ୍ସିନ କୋଭିସିଲ୍ଡର ଉତ୍ପାଦ ଉପରେ ଯୋଜନା ରହିଛି । ଗତ ବର୍ଷ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହି ପ୍ଲାଣ୍ଟର ଉଦଘାଟନ କରିଥିଲେ । ହେଲେ ଏବେ ଏହି ପ୍ଲାଣ୍ଟରେ ଭ୍ୟାକ୍ସିନ ପ୍ରସ୍ତୁତି ଆରମ୍ଭ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.