ETV Bharat / bharat

କୋରୋନା ଟିକା ପରୀକ୍ଷଣ: ସଂଶୋଧିତ ପ୍ରୋଟୋକଲକୁ ପୁଣିଥରେ ପଠାଇବ ସେରମ୍ ଇନଷ୍ଟିଚ୍ୟୁଟ୍

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପୂର୍ବରୁ ଭାରତରେ ଅକ୍ସଫୋର୍ଡ ୟୁନିଭରସିଟିର କୋରୋନା ଟିକାର ଫେଜ 2 ଏବଂ 3 ପରୀକ୍ଷା କରିବାକୁ ଅନୁମତି ମାଗିଥିଲା । ବର୍ତ୍ତମାନ ଏସଆଇଆଇକୁ କୋରୋନା ଟିକା ପରୀକ୍ଷା କରିବା ପାଇଁ ସଂଶୋଧିତ ପ୍ରୋଟୋକଲକୁ ପୁଣିଥରେ ପଠାଇବାକୁ ପରାମର୍ଶ ଦେଇଛି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ।

author img

By

Published : Jul 30, 2020, 9:54 PM IST

_sii
ସଂଶୋଧିତ ପ୍ରୋଟୋକଲକୁ ପୁଣିଥରେ ପଠାଇବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପୂର୍ବରୁ ଭାରତରେ ଅକ୍ସଫୋର୍ଡ ୟୁନିଭରସିଟିର କୋରୋନା ଟିକାର ଫେଜ 2 ଏବଂ 3 ପରୀକ୍ଷା କରିବାକୁ ଅନୁମତି ମାଗିଥିଲା । ବର୍ତ୍ତମାନ ଏସଆଇଆଇକୁ କୋରୋନା ଟିକା ପରୀକ୍ଷା କରିବା ପାଇଁ ସଂଶୋଧିତ ପ୍ରୋଟୋକଲକୁ ପୁଣିଥରେ ପଠାଇବାକୁ ପରାମର୍ଶ ଦେଇଛି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ।

ତେବେ ବିଷୟବସ୍ତୁ ବିଶେଷଜ୍ଞ କମିଟି ଦ୍ବାରା ଦାଖଲ ହୋଇଥିବା ପ୍ରୋଟୋକଲ୍ ମୂଲ୍ୟାଙ୍କନ କରିବା ପରେ ସଂଶୋଧିତ ପ୍ରୋଟୋକଲକୁ ପୁଣିଥରେ ପଠାଇବାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଏସଆଇଆଇକୁ ନିର୍ଦ୍ଦେଶ ଦେଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ସହିତ ସହଭାଗୀ ହୋଇଛି । ଯାହାକୁ ଅକ୍ସଫୋର୍ଡର କୋରୋନା ଟିକା ଉତ୍ପାଦନ କରିବାର ଲାଇସେନ୍ସ ମିଳିଛି । ଯାହାକୁ ଭାରତରେ ‘କୋଭିସିଲ୍ଡ’ କୁହାଯାଉଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମର ବିଷୟ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଏଥିସହ ଏହା ଦେଖିବାକୁ ମିଳିଛି ଯେ ଏହି ଅନଷ୍ଟିଚ୍ୟୁଟ ଷ୍ଟାଟିଷ୍ଟିକାଲ ଆନାଲିସିସ୍, ଡ୍ରପ ଆଉଟ ରେଟ, ଇମ୍ୟୁନିଟି ଆନାଲିସିସ୍ ଆଦି ପାଳନ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ସହିତ ସହଭାଗୀ ହୋଇଛି । ଯେଉଁଠାରେ ଏହି ଅନୁଷ୍ଠାନ ଏକ ବିଲିୟନ ଡୋଜ ଟିକା ଉତ୍ପାଦନ ଏବଂ ଯୋଗାଣ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.