ETV Bharat / bharat

73 ଦିନରେ କୋରୋନା ଡୋଜ୍ ମିଳିବାକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲା ସେରମ୍ ଇନଷ୍ଟିଚ୍ୟୁଟ

author img

By

Published : Aug 23, 2020, 4:03 PM IST

73 ଦିନରେ 68 କୋଟି କୋରୋନା ଟିକା ଯୋଗାଇ ଦେବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ବର୍ଷବର୍ଦ୍ଧନ କହିଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛି ।

73 ଦିନରେ କୋରୋନା ଡୋଜ୍ ମିଳିବାକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲା ସେରମ୍ ଇନଷ୍ଟିଚ୍ୟୁଟ
73 ଦିନରେ କୋରୋନା ଡୋଜ୍ ମିଳିବାକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ମିଛ କହିଲେ କି ସରକାର । 73 ଦିନରେ 68 କୋଟି କୋରୋନା ଟିକା ଯୋଗାଇ ଦେବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ବର୍ଷବର୍ଦ୍ଧନ କହିଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛି । ଅକ୍ସଫୋର୍ଡ ୟୁନିଭର୍ସିଟିରେ କୋଭିଡ-19 ଟିକା ଉତ୍ପାଦନ କରିବା ପାଇଁ ଆଷ୍ଟ୍ରା ଜେନେକା ସହ ମିଳିତ ଭାଗିଦାରୀରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SSI) ଟିକା ପ୍ରସ୍ତୁତ କରୁଛି । ତେବେ ସରକାରଙ୍କ ଏହି ଦାବିକୁ ‘ସମ୍ପୂର୍ଣ୍ଣ ମିଥ୍ୟା ଏବଂ କଳ୍ପନାଜଳ୍ପନା’ ବୋଲି କହିବା ସହ ସମ୍ପୂର୍ଣ୍ଣ ଖାରଜ କରିଛି ଇନଷ୍ଟିଚ୍ୟୁଟ ।

ପୁଣେ ଭିତ୍ତିକ ଏହି କମ୍ପାନୀ ସ୍ପଷ୍ଟୀକରଣ ଜାରି କରିଛି ଯେ ସରକାର କେବଳ କୋଭିଶିଲ୍ଡ ଉତ୍ପାଦନ କରିବା ଓ ଏହାକୁ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷଣ କରିବା ପାଇଁ ଅନୁମତି ଦେଇଛନ୍ତି । ଏପରିକି କୋଭିଶିଲ୍ଡ ମଧ୍ୟ ପରୀକ୍ଷା ଶେଷ ହୋଇନାହିଁ । ଏହାର ସଫଳ ପରୀକ୍ଷଣ ପ୍ରମାଣିତ ହେବା ପରେ ଓ ଆବଶ୍ୟକ ନିୟାମକ ଅନୁମୋଦନ ଆସିବା ପରେ କୋଭିଶିଲ୍ଡ ବ୍ୟବସାୟିକ କରାଯିବ ।

ବିଶ୍ବର ସର୍ବବୃହତ ଟିକା ଉତ୍ପାଦନକାରୀ ସଂସ୍ଥା କହିଛି ଯେ ଟିକା ପ୍ରତିରୋପଣ ଓ ପ୍ରଭାବଶାଳୀ ପ୍ରମାଣିତ ହେବା ପରେ ଏହା ଏହାର ଉପଲବ୍ଧତାକୁ ନିଶ୍ଚିତ କରାଯିବ । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବିତୀୟ ଓ ତୃତୀୟ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ କୋଭିଶିଲ୍ଡରେ କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (CTRI) ସହିତ ପଞ୍ଜୀକୃତ ହୋଇଛି । ସମଗ୍ର ଭାରତରେ 1,600 ଅଂଶଗ୍ରହଣକାରୀଙ୍କ ଉପରେ ଏହି ପରୀକ୍ଷା କରାଯିବ ।

AZD1222 ଟିକା ପାଇଁ ଏହି ଇନଷ୍ଟିଚ୍ୟୁଟ ଆଷ୍ଟ୍ରା ଜେନେଙ୍କା ସହିତ ଏକ ଉତ୍ପାଦନ ଓ କ୍ଲିନିକାଲ୍ ଟ୍ରାଏଲ୍ ଚୁକ୍ତି କରିଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ପ୍ରାୟ 200 ବିକଳ୍ପ ଲୋକଙ୍କ ମଧ୍ୟରେ ପରୀକ୍ଷଣ କରାଯାଇଛି | ଅଗଷ୍ଟ 3 ରେ ଦେଶରେ ଟିକାର ଦ୍ବିତୀୟ ପର୍ଯ୍ୟାୟ ତଥା ତୃତୀୟ କ୍ଲିନିକାଲ ପରୀକ୍ଷା ପରିଚାଳନା ପାଇଁ ଭାରତର ଡ୍ରଗ୍ ନିୟନ୍ତ୍ରକ SII କୁ ଅନୁମୋଦନ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.