ନୂଆଦିଲ୍ଲୀ: ବିଶ୍ବକୁ ମହାମାରୀର କୋପ । କୋରୋନା କାୟାରେ ସାରା ବିଶ୍ବ କବଳିତ ଥିବାବେଳେ ଏଥିରୁ ମୁକୁଳିବା ପାଇଁ ଚାଲିଛି କୋଭିଡ ଟିକା ପରୀକ୍ଷଣ । ଲୋକେ ଟିକା ନେଇ ଆଶାରେ ବସିଥିବା ବେଳେ ବୁଧବାର ଲାଗିଥିଲା ଝଟକା । ଯେତେବେଳେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପରୀକ୍ଷଣ ବେଳେ ରୋଗୀଙ୍କ ଦେହରେ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଟିକା ପରୀକ୍ଷଣ ଉପରେ ସ୍ଥଗିତ ରଖାଯାଇଛି । କିନ୍ତୁ ବିଶ୍ବର ଅନ୍ୟାନ୍ୟ ଦେଶର ଟିକାର ମାନବ ପରୀକ୍ଷଣ ଉପରେ ରୋକ୍ ଲଗାଇଥିବା ବେଳେ ଭାରତରେ କିନ୍ତୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଏନେଇ ସୂଚନା ଦେଇଛି ସିରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ।
ତେବେ ସାରା ବିଶ୍ବରେ ମାନବ ପରୀକ୍ଷଣ ଉପରେ ରୋକ୍ ଲଗାଯାଇଥିବା ବେଳେ ଭାରତରେ କାହିଁକି ପରୀକ୍ଷଣ ଚାଲିଛି ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( DCGI) ସେରମ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି କି, ଆମେ ସମସ୍ତ ନିର୍ଦ୍ଦେଶର ଅନୁପାଳନ କରୁଛୁ । ଏପରିକି ଟ୍ରାଏଲ ଉପରେ ରୋକ୍ ଲଗାଇବା ପାଇଁ କୁହାଯାଇନାହିଁ । ଏହାସହ ସେରମ ଆହୁରି କହିଛି କି, ଯଦି DCGI ସୁରକ୍ଷା ସମ୍ବନ୍ଧିତ ଜଡିତ କୌଣସି ଅସୁବିଧା ସାମ୍ନା କରିବାକୁ ପଡେ ଆମେ ନିର୍ଦ୍ଦେଶ ପାଳନ କରିବୁ ।
ସୂଚନା ଥାଉକି, ସାରା ଦୁନିଆରୁ ବର୍ତ୍ତମାନ ସୁଦ୍ଧା 30 ହଜାର ଲୋକଙ୍କ ଉପରେ ଟିକାର ପରୀକ୍ଷଣ କରାଯାଇଛି । ଏପରିକି ବାଜ୍ରିଲରେ ଟିକାର ସଫଳ ପରୀକ୍ଷଣ ଦେଖିବାକୁ ମିଳିଛି ।