ETV Bharat / state

ଭରତପୁର ଥାନା ବିବାଦ ମାମଲା: ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ, ୧୯ରେ ସ୍ପଟ୍ ଭିଜିଟ - BHARAT ASSAULT CASE

ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ । ୧୯ରେ କମିଶନଙ୍କ ସ୍ପଟ୍ ଭିଜିଟ । ୩୦ରେ ପରବର୍ତ୍ତୀ ଶୁଣାଣି ।

Bharat Assault Case
Bharat Assault Case (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 5:58 PM IST

ଭୁବନେଶ୍ବର: ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବା ନେଇ ସୂଚନା ରହିଛି ।

ଗଣ୍ଡଗୋଳ ହୋଇଥିବା ସ୍ଥାନର ସ୍ପଟ୍ ଭିଜିଟ୍:

ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । "ଆଜିଠୁ ନ୍ୟାୟିକ କମିଶନଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଶୁଣାଣି ବୈଠକ ଶେଷ ହୋଇଛି । ବୈଠକ ପରେ ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବେ" ବୋଲି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତ କମିଶନଙ୍କ ସଚିବ । ସେ କହିଛନ୍ତି, "ଭରତପୁର ଥାନା ଯିବା ସହ ମେଜର, ବାନ୍ଧବୀଙ୍କ ସହ ଯେଉଁ ସ୍ଥାନରେ ଯୁବକମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ ତଦନ୍ତ କରିବେ କମିଶନ । ଭରତପୁର ଥାନା ଏବଂ ପଥରଗାଡ଼ିଆ ଛକ ଅନୁଧ୍ୟାନ କରି ତଦନ୍ତ କରିବେ । ପରେ ଆସନ୍ତା ୩୦ ତାରିଖରେ କମିଶନ କରିବେ ଦ୍ଵିତୀୟ ଶୁଣାଣି ।"

Bharat Assault Case (ETV Bharat Odisha)

ପ୍ରଥମ ଶୁଣାଣିରେ କ'ଣ ହେଲା?

ଆଜି କମିଶନଙ୍କ ପ୍ରଥମ ଶୁଣାଣିରେ ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଗଲା । ଉଭୟ ପକ୍ଷଙ୍କୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ଅବଗତ କରାଇଲେ କମିଶନ । ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୀଡିତାଙ୍କ ବାପା କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଶିଥିଳ ରହିଛି ବୋଲି କହିଛନ୍ତି । ପୀଡିତାଙ୍କ ବାପା କହିଛନ୍ତି, "ସେନା ଅଧିକାରୀଙ୍କୁ ଥାନାରେ କେମିତି ବ୍ୟବହାର କରିବା କଥା ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOPରୁ ସ୍ପଷ୍ଟ ହୋଇଛି । ପୋଲିସ ଏହି SOP ମାନିନାହିଁ । ସେଥିପାଇଁ ପୋଲିସ ବିରୋଧରେ ଡିଜିପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।"

ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ୧୬ ଜଣ ହାଜର:

ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ହାଜର ପାଇଁ କମିଶନଙ୍କ ନୋଟିସ ହୋଇଥିବାବେଳେ ୧୬ ଜଣ ଯାକ ହାଜର ହୋଇଥିଲେ । ପ୍ରଥମ ଶୁଣାଣିରେ ଅଭିଯୋଗ ଏବଂ ପ୍ରତି ଅଭିଯୋଗର ସତ୍ୟପାଠ ଆଦାନ ପ୍ରଦାନ ହେବା ସହ ଆସନ୍ତା ୩୦ ତାରିଖରେ ସତ୍ୟପାଠର ଜବାବ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି । ବ୍ୟକ୍ତିଗତ ଭାବେ ପୀଡିତା ଏବଂ ମେଜର ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇଥିବାବେଳେ ପୀଡ଼ିତାଙ୍କ ଓକିଲ ଓ ବାପା ହାଜର ହୋଇଥିଲେ । ନିଲମ୍ବିତ ପୋଲିସ ଅଧିକାରୀମାନେ ଓକିଲ ଜରିଆରେ ହାଜର ହୋଇଥିଲେ । ଗିରଫ ହୋଇଥିବା ପିଲାମାନଙ୍କ ପକ୍ଷରୁ ମଧ୍ୟ ଓକିଲ ହାଜର ହୋଇଥିଲେ ।

ଏହା ବି ପଢନ୍ତୁ...ଭରତପୁର ଥାନା ମାମଲା; ୪ ପୋଲିସ ଅଧିକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ମନାକଲେ ହାଇକୋର୍ଟ
ଏହା ବି ପଢନ୍ତୁ...ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର

କ'ଣ ଥିଲା ସେଦିନର ଘଟଣା ?

ସୂଚନାଥାଉକି, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବାବେଳେ ପୋଲିସ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.