ETV Bharat / state

ଫେବୃଆରୀ 21ରୁ ମାଟ୍ରିକ ପରୀକ୍ଷା, କେଉଁ ଦିନ କେଉଁ ବିଷୟ ? ଜାଣନ୍ତୁ - ODISHA MATRIC EXAM SCHEDULE

ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଆସନ୍ତା ବର୍ଷ ଫେବୃଆରୀ 21ରୁ ଆରମ୍ଭ ହେବ ପରୀକ୍ଷା ।

MATRIC EXAM SCHEDULE
MATRIC EXAM SCHEDULE (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 5:34 PM IST

Updated : Nov 14, 2024, 6:13 PM IST

କଟକ: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଫେବୃଆରୀ 21ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଉଭୟ ରେଗୁଲାର ଏକ୍ସ ରେଗୁଲାର ପାଇଁ ଅନୁଷ୍ଠିତ ହେବ ପରୀକ୍ଷା । ଫେବୃଆରୀ 21ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

କେଉଁ ଦିନ-କେଉଁ ପରୀକ୍ଷା

  • ଫେବୃଆରୀ 21(ପ୍ରଥମଦିନ) ମାତୃଭାଷା
  • ଫେବୃଆରୀ 24ରେ ଦ୍ବିତୀୟ ଭାଷା ଇଂରାଜୀ
  • ଫେବୃଆରୀ 27ରେ ଗଣିତ
  • ମାର୍ଚ୍ଚ 1ରେ ସାଧାରଣ ବିଜ୍ଞାନ
  • ମାର୍ଚ୍ଚ 2 ସାମାଜିକ ବିଜ୍ଞାନ
  • ମାର୍ଚ୍ଚ 6ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ
ODISHA MATRIC EXAM SCHEDULE
ODISHA MATRIC EXAM SCHEDULE (ETV Bharat Odisha)

କେତେବେଳେ ଆରମ୍ଭ ହେବ ପରୀକ୍ଷା ?

ଫେବୃଆରୀ 21ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସକାଳ 9ରୁ ଆରମ୍ଭ ହୋଇ ସକାଳ 11ଟା30 ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ 11ଟା 30 ପରିବର୍ତ୍ତେ 11ଟା45ରେ ଶେଷ ହେବ ଗଣିତ ପରୀକ୍ଷା । ଉଭୟ ରେଗୁଲାର ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନପତ୍ରରେ ହେବ ।

ଏହା ମଧ୍ୟ ପଢନ୍ତୁ:

ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପରୀକ୍ଷା, ଇଣ୍ଟରନାଲ ଓ ପ୍ରାକ୍ଟିକାଲ ପରେ ମେନ୍ ପରୀକ୍ଷା

'ପରୀକ୍ଷାରେ ଜାଲିଆତି କଲେ ୫ ବର୍ଷ ଜେଲ୍‌', ମୋହନ ମାଝୀ ସରକାର ଆଣିବେ ନୂଆ ଆଇନ

ନ୍ୟାୟ ପାଇଁ ରାଜରାସ୍ତାରେ RI ଓ ଅମିନ ପରୀକ୍ଷାର୍ଥୀ, ରାସ୍ତାରେ ଶୋଇ କଲେ ପ୍ରତିବାଦ

ଫେବୃଆରୀ 15ରୁ ଯୁକ୍ତ ଦୁଇ ପରୀକ୍ଷା:

ସେହିପରି ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରିଥିଲା । ଫେବୃଆରୀ 15ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଯାହାକି ମାର୍ଚ୍ଚ 20 ପର୍ଯ୍ୟନ୍ତ ଚାଲିବ । ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ନୂଆ ଢାଞ୍ଚାରେ କରାଯାଉଛି । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ଇଣ୍ଚରନାଲ ଓ ମୁଖ୍ୟ ପରୀକ୍ଷା । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର 26ରୁ ଆରମ୍ଭ ହୋଇ ଡିସେମ୍ବର 30 ପର୍ଯ୍ୟନ୍ତ ଚାଲିବ । ପରେ ଜାନୁଆରୀ 2ରୁ 12 ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଏହାର ସୂଚନା ଦେଇଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା । ସେହିପରି 45 ଦିନ ମଧ୍ୟରେ ଆସିବ ରେଜଲ୍ଟ ।

ଇଟିଭି ଭାରତ, କଟକ

Last Updated : Nov 14, 2024, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.