ETV Bharat / technology

ଚଳିତ ମାସ ଲଞ୍ଚ ହେବ Vivo Y300 5ଜି ସ୍ମାର୍ଟଫୋନ; ତାରିଖର ଖୁଲାସା - VIVO Y300 LAUNCH

ଭିଭୋ ଆଉ ଏକ 5ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଚଳିତ ମାସ ଏହି ତାରିଖରେ ହେବ ଲଞ୍ଚ । ଦାମ କେତେ ରହିବ ଜାଣନ୍ତୁ....

Vivo Y300 5ଜି ସ୍ମାର୍ଟଫୋନ
Vivo Y300 5ଜି ସ୍ମାର୍ଟଫୋନ (Credit- Vivo India)
author img

By ETV Bharat Tech Team

Published : Nov 14, 2024, 5:12 PM IST

ହାଇଦ୍ରାବାଦ: ଟିଜର ରିଲିଜର କିଛି ଦିନ ପରେ ଭିଭୋ ଏହାର ନୂଆ 5ଜି ସ୍ମାର୍ଟଫୋନ 'Vivo Y300'କୁ ଲଞ୍ଚ କରିବାକୁ ଯାଉଛି । ଚଳିତ ମାସ 21 ତାରିଖରେ ଏହି ଫୋନ ଲଞ୍ଚ ହେବ । ଏ ନେଇ କମ୍ପାନୀ ନିଜ X ହ୍ୟାଣ୍ଡେଲରେ ସ୍ପଷ୍ଟ କରିଛି । ଟିଜରରେ କମ୍ପାନୀ ନୂଆ ହ୍ୟାଣ୍ଡସେଟ୍‌ର ଡିଜାଇନ ସମ୍ପର୍କରେ ସୂଚନା ଦେଇଛି । ଏଥିରେ ଡୁଆଲ କ୍ୟାମେରା ସେଟଅପ୍‌ ଥିବା ବେଳେ ଏହାର ଠିକ୍‌ ତଳକୁ ଏକ ରିଙ୍ଗ ଲାଇଟ୍‌ ରହିଛି ।

ଡିଜାଇନ କେମିତି ?

Vivo Y300 ଏକ ବକ୍ସି ଡିଜାଇନ ସହିତ ମେଟାଲିକ୍‌ ଫ୍ରେମ ସହିତ ଆସିବ । କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ଫୋନଟି 3ଟି କଲର୍ ଅପସନ ଡାର୍କ ପର୍ପଲ, ସି ଗ୍ରୀନ ଓ ଗ୍ରେ ରଙ୍ଗରେ ଉପଲବ୍ଧ ହେବ । ଏହି ଭାରିଏଣ୍ଟର ମାର୍କେଟିଂ ନାମ କଣ ରହିବ ସେ ନେଇ କମ୍ପାନୀ ସ୍ଥିର କରିନାହିଁ । ଏହି ଫୋନରେ ଏକ ଦମଦାର କ୍ୟାମେରା ଡିଟେଲ୍‌ ରହିଛି । ତଳକୁ ତଳ 2ଟି ଡୁଆଲ କ୍ୟାମେରା ସେଟଅପ୍‌ ମିଳିବାକୁ ଥିବା ବେଳେ ଏହାର ତଳେ ରିଙ୍ଗ ଲାଇଟ୍‌ର ଏକ ଡିଜାଇନ ରହିଛି । ଯାହାକି ଏହାର ପୂର୍ବ ମଡେଲଠାରୁ ଭିନ୍ନ ରହିଛି । ଗତବର୍ଷ Vivo Y200 ଲଞ୍ଚ ହୋଇଥିଲା । କମ୍ପାନୀ ଏହାର ଡିଜାଇନ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ ।

ଏହା ବି ପଢନ୍ତୁ
  1. ବିଶ୍ବ ବଜାରକୁ ଖୁବଶୀଘ୍ର ଆସୁଛି Vivo X200 ସିରିଜ; ଭାରତରେ କେବେ ଲଞ୍ଚ
  2. ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro

କଣ ରହିବ ଫିଚର ?

  • 6.67-ଇଞ୍ଚ AMOLED ଡିସପ୍ଲେ
  • 1080 x 2400 ପିକ୍ସେଲ Full HD+ ରିଜୋଲ୍ୟୁସନ
  • 120Hz ରିଫ୍ରେସ ରେଟ୍‌
  • ଡୁଆଲ କ୍ୟାମେରା ସେଟଅପ୍‌(50MP ମେନ୍‌ ସେନ୍ସର, 8MP ସେକେଣ୍ଡାରୀ ଲେନ୍ସ)
  • ପୋର୍ଟରେଟ୍‌ ସଟ୍‌ ପାଇଁ Sony IMX882 ସେନ୍ସର
  • ସେଲ୍‌ଫି ପାଇଁ 32MP ଫ୍ରଣ୍ଟ କ୍ୟାମେରା
  • ସ୍ନାପଡ୍ରାଗନ 4 Gen 2 ଚିପସେଟ୍‌
  • 8GB RAM
  • 5,000mAh ବ୍ୟାଟେରୀ
  • 80W ଫାଷ୍ଟ ଚାର୍ଜିଂ ସପୋର୍ଟ
  • Wi-Fi 5
  • ବ୍ଲୁଟୁଥ୍‌ 5.0, GPS ଓ USB-C ପୋର୍ଟ
  • ଷ୍ଟେରିଓ ସ୍ପିକର
  • ପାଣି ଓ ଧୂଳି ପ୍ରତିବନ୍ଧକ ପାଇଁ IP64 ରେଟିଂ
  • ଅଣ୍ଡର-ଡିସପ୍ଲେ ଅପ୍ଟିକାଲ ଫିଙ୍ଗରପ୍ରିଣ୍ଟ ସେନ୍ସର

ଦାମ କେତେ ରହିବ ?

ଗତ ବର୍ଷ ଏହାର ପୂର୍ବ ମଡେଲ Vivo Y200କୁ ଲଞ୍ଚ କରାଯାଇଥିଲା, ଯାହାର ମୂଲ୍ୟ 20ହଜାର ଟଙ୍କା ରହିଥିଲା । ତେବେ ଏହାର ପରବର୍ତ୍ତୀ ମଡେଲ Vivo Y300ର ମୂଲ୍ୟ 25ହଜାର ଟଙ୍କା ରଖାଯାଇପାରେ ବୋଲି ଆଶା କରାଯାଉଛି । ନଭେମ୍ବର 21 ତାରିଖରେ କମ୍ପାନୀ ଏହି ଫୋନକୁ ଲଞ୍ଚ କରିବା ପରେ ଏହାର ଦାମ ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.