ETV Bharat / state

ଦୁଲୁକିବ କଟକ, ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା - ALL SET FOR CUTTACK BALIYATRA

ଆଜିଠୁ କଟକ ଐତିହାସିକ ବାଲିଯାତ୍ରା । ସନ୍ଧ୍ୟା 5ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

All Set For Cuttack Baliyatra
All Set For Cuttack Baliyatra (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 5:48 PM IST

Updated : Nov 15, 2024, 3:10 PM IST

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାକୁ ସନ୍ଧ୍ୟା 5ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ।

ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ ଅନ୍ତର୍ଜାତୀୟ ଦଳ:

All Set For Cuttack Baliyatra (ETV Bharat Odisha)

ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଚଳିତ ଥର ଅନେକ ଅନ୍ତର୍ଜାତୀୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ଦିବସରେ ଅନ୍ତର୍ଜାତୀୟ ଟିମ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ଥିର ହୋଇଛି । ୧୬ ତାରିଖ ଦିନ ଥାଇଲାଣ୍ଡ ଟିମ୍‌, ଏହାପରେ ନେପାଳ ଟିମ୍‌, ଭୂଟାନ ଟିମ୍‌, ଶ୍ରୀଲଙ୍କା ଟିମ୍‌, ସ୍ଲୋଭାକିଆ ଟିମ୍ ଏବଂ ଇଣ୍ଡୋନେସିଆ ଟିମ୍ ଭଳି ଅନେକ ଦେଶ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।

2500 ଷ୍ଟଲ:

"ମୋଟ 34 ଏକର ତଳ ପଡିଆ, 8.5 ଉପର ପଡିଆରେ ବାଲିଯାତ୍ରା କରାଯାଉଛି । ବାଲିଯାତ୍ରାରେ ଚଳିତ ବର୍ଷ 25ଶହ ଷ୍ଟଲ ରହିଛି । ତଳ ପଡିଆରେ 3ଟି ଗେଟ ଅଛି । ଉପର ପଡିଆରେ 2ଟି ଏଣ୍ଟ୍ରି ଓ 2ଟି ଏକ୍ସିଟ୍ ରହିଛି । ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ବର୍ତ୍ତମାନ ସୁଦ୍ଧା 7ଟି ବାହାର ରାଜ୍ୟର ବ୍ୟବସାୟୀ ଆସିଥିବା ସୂଚନା ରହିଛି" ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ସେହିପରି "ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି । ଟ୍ରାଫିକ ସମସ୍ୟା ରୋକିବାକୁ ପଦକ୍ଷେପ ନିଆଯାଇଛି" ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ ।

ଏହା ବି ପଢନ୍ତୁ...ଉଭୟ ପଡ଼ିଆରେ ହେବ ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ

ଏହା ବି ପଢନ୍ତୁ...୧୪ରେ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏସବୁ ମୁଖ୍ୟ ଆକର୍ଷଣ:

ଏହାବ୍ୟତୀତ କାଇଟ୍ ସୋ, ଲେଜର ସୋ, ଡ୍ରେନ ସୋ' ଦେଖିବେ ଜନ ସାଧାରଣ । ଯାତ୍ରାରେ 400ଟି ଡ୍ରୋନ ବ୍ୟବହାର କରାଯିବ । ଡ୍ରୋନ ଶୋ'ରେ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ତଥା କଟକର ସଂସ୍କୃତି ଦୃଶ୍ୟମାନ ହେବ। ଭଜନ ସନ୍ଧ୍ୟାରୁ ଆରମ୍ଭ ହେବ ବାଲିଯାତ୍ରା । ପରିମଳ ବ୍ୟବସ୍ଥା ପାଇଁ 385 ଉଠା ଶୌଚାଳୟ ମଧ୍ୟ କରାଯାଇଛି । ଧୂଳି ଯେପରି ଅତ୍ୟଧିକ ନଉଡିବ ସେଥିପାଇଁ କେମିକାଲ ସ୍ପ୍ରେ କରାଯିବ । ଡଷ୍ଟ ଯେମିତି କମିବ ତାହା ମୁଖ୍ୟ ଫୋକସରେ ରହିଛି । ସାନିଟାଇଜ, ବିଦ୍ୟୁତ, ପାନୀୟ ଜଳ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ ଓରମାସର ଥିମ 'ଧଉଳି ସ୍ତୁପ' ରହିଛି। ଓରମାସରେ 500 ଦୋକାନ ରଖାଯାଇଛି । ଏହାସହ ପିଠା ମହୋତ୍ସବ କରାଯିବ। ଚଳିତ ବର୍ଷ 4ଟି ବୋଇତ ହୋଇଛି ।

ବାଲିଯାତ୍ରାର ଇତିହାସ:

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣିଥାଏ ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ପୂର୍ଣ୍ଣିମା ତିଥିରେ ମହାନଦୀ ପଠାରେ ବାଲିରେ ବସେ ବାଲିଯାତ୍ରା । ମହାନଦୀର ତଟରେ ଝଲସି ଉଠେ ପଡିଆ । କେତେ ପ୍ରକାର, ମିନା ବଜାର, ଚଟପଟି ଖାଇବା, ଘରକରଣା ସାମଗ୍ରୀ ଇତ୍ୟାଦିରେ ପରିପୂର୍ଣ୍ଣ ହୋଇପଡେ ବାଲିଯାତ୍ରା ପଡିଆ । ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ହସି ଉଠେ ବାଲିଯାତ୍ରା ପଡିଆ । "ଇତିହାସ କୁହେ, କଳିଙ୍ଗ ରାଜ୍ୟର ସାଧବ ପୁଅମାନେ ଏହି ସମୟରେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟର ବ୍ୟବସ୍ଥା ନଥିଲାବେଳେ ପବନ ଚାଳିତ ବୋଇତ ଦ୍ୱାରା ସାଧବ ପୁଅମାନେ ଜାଭା ,ସୁମାତ୍ରା , ବାର୍ଲି କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରେ ବାଣିଜ୍ୟ ସାରି ଫେରିବା ସମୟରେ ମହାନଦୀର ବାଲିରେ ଏକ ମେଳା ଆୟୋଜନ ହେଉଥିଲା । ବାର୍ଲିରେ ବାଣିଜ୍ୟ ଓ ବାଲି ଉପରେ ମେଳା ହେଉଥିବା କାରଣରୁ ଏହାର ନାମ 'ବାଲିଯାତ୍ରା' ହୋଇଛି" ବୋଲି ମତ ଦେଇଛନ୍ତି ଐତିହାସିକ ଓ କଟକ ମହାନଗର ନାଗରିକ ମହାସଭା ସଦସ୍ୟ ରବି ରଞ୍ଜନ ସାହୁ । କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ବାଲିଯାତ୍ରାରେ ମଧ୍ୟ ଆସିଛି ଅନେକ ସୁଧାର। ବ୍ୟବସାୟରୁ ଆରମ୍ଭ କରି ପ୍ଲଟ କିଣାବିକା, ବିଦ୍ୟୁତ ଯୋଗାଣ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବାତାବରଣ ସବୁ ଦିଗରେ ପରିବର୍ତ୍ତନ କରାଯାଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Nov 15, 2024, 3:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.