ETV Bharat / state

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ, ନାକେଦମ ହେଲା ପ୍ରଶାସନ - HEAVY CROWD IN PURI SRIMANDIR

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ । ଭିଡ ନିୟନ୍ତ୍ରଣରେ ପୋଲିସର ବିଫଳତାକୁ ନେଇ ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ । ସେପଟେ ଆଜି ସ୍ଥିତି ନିୟନ୍ତ୍ରଣରେ ରହିଛି ।

HEAVY CROWD IN PURI SRIMANDIR
HEAVY CROWD IN PURI SRIMANDIR (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 6:01 PM IST

ପୁରୀ: ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ । ଦର୍ଶନ ଅବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣରେ ପୋଲିସର ବିଫଳତାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ କଲେ ଚିନ୍ତା ପ୍ରକଟ ।ଏଥିସହ ତୁରନ୍ତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଯୋଜନା କରିବା ପାଇଁ ଦାବି । ଗତକାଲି (ବୁଧବାର) ଦିନ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଏହାକୁ ନିୟନ୍ତ୍ରଣ କରିବାରେ ପୁରୀ ପୋଲିସ ନାକେଦମ୍ ହେଇଛି । ହେଲେ ଆଜି (ଗୁରୁବାର) ଦିନ ଭିଡ଼ କମ୍ ଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଶ୍ରୀମନ୍ଦିରରେ ପ୍ରବଳ ଭିଡ:

HEAVY CROWD IN PURI SRIMANDIR (ETV Bharat Odisha)

ଭକ୍ତମାନେ ବ୍ୟାରିକେଡ଼ରେ ଦୀର୍ଘ ସମୟ ଧରି ଠିଆ ହୋଇରହିଥିଲେ ଯାହାଫଳରେ ଧର୍ଯ୍ୟ ହରାଇ କିଛି ଶ୍ରଦ୍ଧାଳୁ ସିଂହଦ୍ଵାର ସମ୍ମୁଖରେ ଥିବା ସେବାୟତଙ୍କ ପାଇଁ ପ୍ରବେଶ ବ୍ୟାରିକେଡ଼କୁ ଠେଲି ଜୋର ଜବରଦସ୍ତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । କେବଳ ସେତିକି ନୁହେଁ ଭିଡର ଫାଇଦା ଉଠାଇ ଜଣେ ବିଦେଶୀ ଅଣହିନ୍ଦୁ ମହିଳା ମଧ୍ୟ ମନ୍ଦିରରେ ପ୍ରବେଶ କରି ସେବାୟତଙ୍କ ଦ୍ଵାରା ଧରା ପଡିଛନ୍ତି ।ସେହିପରି କିଛି ସେବାୟତ କିଛି ପୋଲିସ କର୍ମଚାରୀକୁ ସଲା ସୁତୁରା କରି ବେଆଇନ ଭାବେ ଗଳା ବାଟରେ ଭକ୍ତଙ୍କ ଠାରୁ ଟଙ୍କା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଆଇନଜୀବୀ ଆଣିଲେ ସଙ୍ଗୀନ ଅଭିଯୋଗ:

HEAVY CROWD IN PURI SRIMANDIR
HEAVY CROWD IN PURI SRIMANDIR (ETV Bharat Odisha)

ଏଭଳି ବିଭ୍ରାଟକୁ ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ଶ୍ରୀମନ୍ଦିର ସମ୍ମୁଖରେ ଥିବା ସେବାୟତଙ୍କ ପ୍ରବେଶ ବ୍ୟାରିକେଡ଼ ପଟେ ଭକ୍ତଙ୍କୁ ପ୍ରବେଶ କରାଗଲା । ସେଠାେରେ ମୁତୟନ ହୋଇଥିବା ପୋଲିସ, ଜେଟିପି ଓ କିଛି ସେବାୟତଙ୍କ ମଧ୍ୟରେ ମିଳିମିଶି ଏକ ମଧୁ ଚନ୍ଦ୍ରିକା ସୃଷ୍ଟି ହେଇଛି । ଅର୍ଥ ନେଇ ଏମାନେ କିଛି ଭକ୍ତଙ୍କୁ ପ୍ରବେଶ କରାଇବାରୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଭକ୍ତମାନେ ଏହାକୁ ଦେଖି ଉତକ୍ଷିପ୍ତ ହେଇଥିଲେ । ବ୍ୟାରିକେଡ଼ ଠେଲି ଜୋରଜବରଦସ୍ତି ପ୍ରବେଶ କରିଥିଲେ । କେବଳ ବ୍ୟାପକ ପୋଲିସ ମୁତୟନ କଲେ ହେବ ନାହିଁ । ଶ୍ରୀମନ୍ଦିର ଭିତରେ ଭକ୍ତ କିଭଳି ଶୀଘ୍ର ଦର୍ଶନ ସାରି ଫେରିବା, ସେନେଇ ନିର୍ଦ୍ଦିଷ୍ଟ ଯୋଜନା କଲେ ଦର୍ଶନରେ ଶୃଙ୍ଖଳା ଆସିବ ।"

'ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉ':

ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି,"ଦୀର୍ଘ ସମୟ ଧରି ଭକ୍ତମାନେ ବ୍ୟାରିକେଡ଼ରେ ଅପେକ୍ଷା କରୁଥିବା ବେଳେ ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ସମସ୍ୟା ରହିଛି । ଛୋଟ ପିଲାଙ୍କୁ ଧରି ଧାଡ଼ିରେ ଦୀର୍ଘ ସମୟ ଧରି ଠିଆ ହେବା ଭକ୍ତଙ୍କୁ ବେଶ କଷ୍ଟ ଦେଉଛି । କଡ଼ା ସୁରକ୍ଷା ଭିତରେ ଜଣେ ବିଦେଶୀ ଅଣହିନ୍ଦୁ ମହିଳା ଶ୍ରୀମନ୍ଦିରକୁ ପ୍ରବେଶ କରି ଧରା ପଡିଛନ୍ତି । ଏନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଉଠାଇଛି । ଆଗକୁ ନୂଆ ବର୍ଷ ଆସୁଛି । ଆହୁରି ଭକ୍ତଙ୍କ ସଂଖ୍ୟା ବଢିବ । ଏଣୁ ପୁରୀ ଏସପି ଆଗାମୀ ଦିନରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ।"

ଏମିତି କହିଲେ ପୁରୀ SP:

ପୁରୀ ଏସପି ବିନିତ ଅଗ୍ରୱାଲ କହିଛନ୍ତି,"ଆମେ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରିଛୁ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ଭକ୍ତ ମାନେ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟାରିକେଡ଼ରେ ପ୍ରବେଶ କରନ୍ତୁ । ଆମେ ଶୃଙ୍ଖଳାରେ ଦର୍ଶନ କରାଉଛୁ । ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । "

ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଆସିବେ ଲକ୍ଷାଧିକ ଭକ୍ତ, ଦେଖିବେ ରାଜାଧିରାଜ ବେଶ

ଏହା ମଧ୍ୟ ପଢନ୍ତୁ...ପଞ୍ଚୁକ ତୃତୀୟ ଦିନ: ତ୍ରିବିକ୍ରମ ବେଶରେ ଝଲସୁଛନ୍ତି ଶ୍ରୀଜୀଉ

ଏହା ମଧ୍ୟ ପଢନ୍ତୁ...ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା:
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି,"ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବହୁତ ଭିଡ ହେଇଛି । ତେବେ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ମୋର ବ୍ୟକ୍ତିଗତ ଅନୁଭୁତି ଅନୁସାରେ ପୋଲିସ ତାର କାର୍ଯ୍ୟ ଠିକରେ କରୁଛି । ତେବେ ଯଦି କିଛି ଛୋଟ ଘଟଣା ଘଟିଛି ତାକୁ ବେଶୀ ବଡ ଘଟଣା ଭାବରେ ଦେଖିବା ଠିକ୍ ହେବ ନାହିଁ । ଆମେ ସମସ୍ତେ ଆଶା ରଖିବା ମହାପ୍ରଭୁଙ୍କ କୃପାରୁ ଭକ୍ତମାନେ ଭଲରେ ଦର୍ଶନ ସାରି ଫେରନ୍ତୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.