ETV Bharat / bharat

ଗିରଫ ହେଲା 7 ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟାକାରୀ ସାଇକୋ କିଲର - ଉତ୍ତରପ୍ରଦେଶରେ ସାଇକୋ କିଲର ଗିରଫ

ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ଗିରଫ ହେଲେ ସିରିଏଲ କିଲର । କରିଥିଲା 7 ଜଣ ମହିଳାଙ୍କ ଦୁଷ୍କର୍ମ ଓ ହତ୍ୟା। ଅଧିକ ପଢନ୍ତୁ....

ଗିରଫ ହେଲା 7 ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟାକାରୀ ସାଇକୋ କିଲର

author img

By

Published : Oct 28, 2020, 7:37 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ଗିରଫ ହେଲେ ସିରିଏଲ କିଲର । ଜିଲ୍ଲାର ବରୁଆ ଗାଁ ନିକଟବର୍ତ୍ତୀ ଏକ କ୍ଷେତରୁ ଜଣେ ମହିଳାଙ୍କ ଖପୁରୀ ମିଳିବା ପରେ ଅଧିକ ତଦନ୍ତ କରୁକୁର ପୋଲିସ ଏହି କୁଖ୍ୟାତ ସିରିଜ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି । ଗୋଟିଏ ହତ୍ୟାକାଣ୍ଡ ନୁହେଁ ବରଂ ଗତ କିଛି ବର୍ଷ ମଧ୍ୟରେ ଅପରାଧୀ 7 ଜଣ ମହିଳାଙ୍କ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି ।

ଗିରଫ ହୋଇଥିବା ଦୁଇ ସିରିଏଲ ଅପରାଧୀ ସମ୍ପର୍କରେ ମାମୁଁ ଭଣଜା ହୋଇଥିବା ପ୍ରାଥମିକ ଭାବେ ଜାଣିବାକୁ ପାଇଛି ପୋଲିସ। ପ୍ରଥମେ ମାମୁଁକୁ ଗିରଫ ପରେ ଭଣଜା ସମ୍ପର୍କରେ ପୋଲିସକୁ ତଥ୍ୟ ଦେଇଥିଲା ମାମୁଁ । ଭଣଜା 19 ବର୍ଷ ବୟଷରୁ ଅପରାଧରେ ସାମିଲ ଥିବା ମାମୁଁ ପୋଲିସ ଆଗରେ ସ୍ବୀକାର କରିଛି । ଏହି ଜଘନ୍ୟ ସିରିଜ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ନାମ ସର୍ବେସ ବୋଲି ଜଣା ପଡିଛି । ସେ ଏକ ମାନସିକ ବିକାରଗ୍ରସ୍ତ ଅପରାଧୀ ବୋଲି ପୋଲିସ କହିଛି ।

19 ବର୍ଷ ବୟସରୁ ଏପରି ହତ୍ୟାକାଣ୍ଡ ଘଟାଇ ଆସୁଥିବା ପୋଲିସ କହିଛି । ହତ୍ୟାକାଣ୍ଡର ଶୀକାର ହୋଇଥିବା ସମସ୍ତ 7 ଜଣ ମହିଳା ବୋଲି ଜଣା ପଡିଛି । ତେବେ ସେ ମହିଳା ମାନଙ୍କ ସହ ପ୍ରେମ ସମ୍ପର୍କ ବଢାଇବା ପରେ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ । ପରେ ମିହିଳାକୁ ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ପୋତି ଦେଉଥିବା ପୋଲିସ ସୂଚନା ଦେଇଛି । ଏପରି କରିବା ଦ୍ବାରା ସମ୍ପୁର୍ଣ୍ଣ ମୃତଦେହ ନମିଳି ପାରୁଥିବାରୁ ମୃତ ମହିଳାଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରୁନଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ପୋତା ଯାଇଥିବା ସ୍ଥାନରେ ଫସଲ ମଧ୍ୟ ଚାଷ କରିଛି ଅଭିଯୁକ୍ତ । କେବଳ ଏତିକି ନୁହେଁ ପୋଲିସ ନିକଟରେ ଧରା ନପଡିବା ପାଇଁ ଅଭିଯୁକ୍ତ ଗାଁ ବାହାରେ ଏକ ଆମ୍ବ ଗଛରେ ଦୀର୍ଘ ଦିନ ହେବ ଲୁଚି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତର ଏପରି ନାରକୀୟ କାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କ ମୃତଦେହର କିଛି ଅଂଶ ମିଳିପାରିଥିବା ବେଳେ ଅନ୍ୟ ସମସ୍ତ ମୃତଦେହକୁ ଉଦ୍ଧାର କରିବା ପୋଲିସ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ଦୁଇ ହତ୍ୟାକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ଏକ ମାନସିକ ବିକାରଗ୍ରସ୍ତ ବା ସାଇକୋ କିଲର ହୋଇଥିବା ପ୍ରାଥମିକ ଭାବେ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.