ଲକ୍ଷ୍ମୌ: ଜାଲିଆତି ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାନଙ୍କ ଶୁଣାଣି ପାଇଁ ସୀତାପୁର ଜେଲରୁ ରାମପୁରକୁ ନିଆଯାଇଛି । ଆଜମ ଖାନଙ୍କୁ ଜେଲ କର୍ତ୍ତୃପକ୍ଷ ଆତଙ୍କବାଦୀ ଭଳି ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । ଗତ ବୁଧବାର ଦିନ ଆଜମ ଖାନ ଆତ୍ମସମର୍ପଣ କରିଥିଲେ । ଗୁରୁବାର ଦିନ ତାଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ପତ୍ନୀ ତାନଜେନ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।
କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ପୁରା ପରିବାରକୁ ରାମପୁର ଜେଲରୁ ବାହାର କରି ସୀତାପୁରକୁ ଅଣାଯାଇଥିଲା । ସୂଚନା ଅନୁସାରେ, ରାମପୁରରେ ରାଜନେତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଥିଲା ।
ସୌଜନ୍ୟ@ ANI