ETV Bharat / bharat

ବିଦେଶ ଫେରନ୍ତା ଝିଅ ପାଇଁ ଘରୁ କାମ କରିବେ ପୋଲିସ ବାପା - କୋରୋନା ଭୂତାଣୁ

ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଶାଲିନୀ ସିଂହ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ପ୍ରତିଷେଧକମୂଳକ ବ୍ୟବସ୍ଥା ନିଆଯାଇଛି । ଅଧିକ ପଢନ୍ତୁ...

ବିଦେଶ ଫେରନ୍ତା ଝିଅ ପାଇଁ ଘରୁ କାମ କରିବେ ପୋଲିସ ବାପା

author img

By

Published : Mar 27, 2020, 10:44 PM IST

ନୂଆଦିଲ୍ଲୀ: କୋଭିଡ 19କୁ ରୋକିବା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଓ ଗାଇଡଲାଇନକୁ ଅକ୍ଷରେ ଅକ୍ଷରେ ପାଳନ କରିଛି ଦିଲ୍ଲୀ ପୋଲିସ । ଜନସାଧାରଣଙ୍କୁ ସଚେତନ କରିବା ସହ ନିଜ ବିଭାଗରେ ମଧ୍ୟ ଏହି ନିୟମକୁ ଲାଗୁ କରି ଉଦାହରଣ ସୃଷ୍ଟି କରିଛି । ନିକଟରେ ଜଣେ ବରିଷ୍ଠ ପୋଲିସ ଅଫିସରଙ୍କ ଝିଅ ବିଦେଶରୁ ଫେରିବା ପରେ ସେହି ଅଫିସରଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଶାଲିନୀ ସିଂହ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ପ୍ରତିଷେଧକମୂଳକ ବ୍ୟବସ୍ଥା ନିଆଯାଇଛି । ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ନିୟମ ପାଳନ କରାଯାଇଛି । ବରିଷ୍ଠ ଅଫିସରଙ୍କ ଝିଅକୁ ତଦନ୍ତ କରାଯିବ ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପରୀକ୍ଷା କରାଯାଉଛି । ଏବେ ପରିସ୍ଥିତି ସାଧାରଣ ରହିଛି । ପରବର୍ତ୍ତୀ ସମୟରେ ରିପୋର୍ଟ ଆଧାରରେ ଯାହା ପଦକ୍ଷେପ ନିଆଯିବ । ହେଲେ ବର୍ତ୍ତମାନ ସମୟ ପାଇଁ ଉକ୍ତ ଅଫିସର ଜଣକ ଘରୁ କାମ କରିବେ ବୋଲି ସେ କହିଛନ୍ତି ।

ଏହାସହ ଶାଲିନୀ କହିଛନ୍ତି ଯେ ବିଭାଗର ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି । ପୋଲିସ ଓ ଯବାନଙ୍କୁ ମଧ୍ୟ ସାମାଜିକ ଦୂରତା ଉପରେ ସଚେତନ କରାଯାଉଛି । ସମସ୍ତେ ଏହି ପଦକ୍ଷେପ ଆପଣାଇବା ଉଚିତ । ଅନ୍ୟ ଲୋକେ ମଧ୍ୟ ଏଥିରୁ କିଛି ଶିଖିବା ଦରକାର । ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସମସ୍ତେ ଏହି ଉପାୟ ଆପଣାଇବା ସହ ସୁରକ୍ଷିତ ରହିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.