ETV Bharat / bharat

ଝାଡଖଣ୍ଡରେ 18 ଟି ଆଇଇଡି ନଷ୍ଟ କଲେ ସୁରକ୍ଷାକର୍ମୀ

author img

By

Published : Sep 4, 2020, 7:00 PM IST

ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏକ ସ୍ବତନ୍ତ୍ର ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ 18 ଟି ଆଇଡି ଉଦ୍ଧାର କରି ତାକୁ ନିଷ୍କ୍ରିୟ କରିଛନ୍ତି ।

ଝାଡଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, 18 ଟି ଆଇଇଡି ଠାବ

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏକ ସ୍ବତନ୍ତ୍ର ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ 18 ଟି ଆଇଡି ଉଦ୍ଧାର କରି ତାକୁ ନିଷ୍କ୍ରିୟ କରିଛନ୍ତି । ଏହାଦ୍ବାରା ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏହି ଆଇଇଡି ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି ।

ଆଇଇଡି ଗୋଇଲକେରା ଥାନା ଅନ୍ତର୍ଗତ କରକୁଟିଆ-କାନସୁଆ ମାର୍ଗରେ ଖଞ୍ଜାଯାଇଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ଆଇଡି ଖଞ୍ଜାଯାଇଥିଲା। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ସିଆରପିଏଫର 60 ତମ ବାଟାଲିୟନ ତିନି ଦିନ ଧରି ମାଓବାଦୀଙ୍କ ବିରୋଧରେ ଏକ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ କରିଥିଲା। ଏହି ସମୟରେ ଆଇଇଡି ଠାବ ହୋଇଥିବା ଜଣେ ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ରାଞ୍ଚିରେ ପିଏଲଏଫ୍ଆଇର ତିନିଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.