ETV Bharat / bharat

ଜମ୍ମୁ-ଶ୍ରୀନଗର ରାଜପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

author img

By

Published : Oct 14, 2019, 9:31 PM IST

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ସୁରକ୍ଷାବଳ । ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି ସୁରକ୍ଷାବଳ । ଜାତୀୟ ରାଜପଥରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଗୁଇନ୍ଦା ବିଭାଗର ସୂଚନା ପରେ ସର୍ଚ୍ଚ ଉପରେସନ ଆରମ୍ଭ କରିଛି ଭାରତୀୟ ସେନା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସୁରକ୍ଷା ବାହିନୀର କଡ଼ା ପ୍ରହରା । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରିଦେଇଛି ଭାରତୀୟ ସେନା । ଗୁଇନ୍ଦା ସଂସ୍ଥାର ସୂଚନା ପରେ ଜୋରଦାର ଯାଞ୍ଚ ଆରମ୍ଭ କରିଛି ସୁରକ୍ଷାବାହିନୀ ।

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ସୂଚନା ପାଇବା ପରେ ଜମ୍ମୁ ପୋଲିସ ଓ ସୁରକ୍ଷା ବାହିନୀଙ୍କୁ ସତର୍କ କରିଛି ସଂସ୍ଥା । ପୁଲୱାମା ପରି କାର ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଯୋଜନା ଚଳାଉଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ ।

ହାଇଓ୍ବେରେ ଆତ୍ମଘାତୀ କାର ବିସ୍ଫୋରଣ ଘଟାଇବାକୁ ଲସ୍କର- ଇ-ତୋଇବା (ଏଲଇଟି) ଆତଙ୍କୀ ସଂଗଠନ ଯୋଜନା ଚଳାଇଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ପୁଲୱାମା ଅଞ୍ଚଳରେ ତିନି ଆତଙ୍କବାଦୀ ଏବେ ମଧ୍ୟ ଲୁଚି ରହିଥିବା ସୂଚନା ମିଳିଛି । ଗୁଇନ୍ଦା ବିଭାଗର ଏହି ସୂଚନା ମିଳିବା ପରେ ସମସ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ ଆରମ୍ଭ କରିଛି ସୁରକ୍ଷା ବାହିନୀ ।

Intro:Body:

ss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.