ETV Bharat / bharat

ଉପଗ୍ରହ ମାଧ୍ୟମରେ ଚୀନ ସୈନ୍ୟ ଉପରେ ନଜର ରଖିବ ଭାରତ

author img

By

Published : Aug 6, 2020, 4:33 PM IST

4000 କିଲୋମିଟର ପ୍ରକୃତ ନିୟନ୍ତ୍ରଣ ରେଖା ତଥା ଭାରତୀୟ ଅଞ୍ଚଳରେ ଚୀନ ସେନାର କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ଉପଗ୍ରହର ସାହାଯ୍ୟ ନେବେ ଭାରତୀୟ ସୁରକ୍ଷା ଏଜେନ୍ସି । ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଚାରିରୁ ଛଅଟି ଉପଗ୍ରହ ଯୋଗାଇବାକୁ କହିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଉପଗ୍ରହ ମାଧ୍ୟମରେ ଚୀନ ସୈନ୍ୟ ଉପରେ ନଜର ରଖିବ ଭାରତ
ଉପଗ୍ରହ ମାଧ୍ୟମରେ ଚୀନ ସୈନ୍ୟ ଉପରେ ନଜର ରଖିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଚୀନ ସୈନ୍ୟର ଗତିବିଧି ଉପରେ ନଜର ରଖିବାକୁ ନୂଆ ଯୋଜନା ପ୍ରସ୍ତୁତ କଲା ଭାରତ । ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ପୂର୍ବ ଅପେକ୍ଷା ଅଧିକ ସତର୍କ ହୋଇପଡିଛନ୍ତି। 4000 କିଲୋମିଟର ପ୍ରକୃତ ନିୟନ୍ତ୍ରଣ ରେଖା ତଥା ଭାରତୀୟ ଅଞ୍ଚଳରେ ଚୀନ ସେନାର କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ଉପଗ୍ରହର ସାହାଯ୍ୟ ନେବେ ଭାରତୀୟ ସୁରକ୍ଷା ଏଜେନ୍ସି । ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଚାରିରୁ ଛଅଟି ଉପଗ୍ରହ ଯୋଗାଇବାକୁ କହିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ପ୍ରକୃତ ନିୟନ୍ତ୍ରଣ ରେଖା ପାର୍ଶ୍ବରେ ଥିବା ଜିନଜିଆନ୍ ଅଞ୍ଚଳରେ ଚୀନ ସେନା 40,000 ରୁ ଅଧିକ ସୈନ୍ୟଙ୍କୁ ଏକତ୍ରିତ କରିଛି । ଏହା ବ୍ୟତୀତ ସେ ଭାରୀ ଅସ୍ତ୍ରଶସ୍ତ୍ର ଏବଂ ଆର୍ଟିଲିରି ସଂଗ୍ରହ କରି ଭାରତୀୟ ଅଞ୍ଚଳ ଆଡକୁ ଗତି କରୁଛି । ଯାହା ପରେ ଭାରତକୁ ଏହାର ଆବଶ୍ୟକତା ଅନୁଭବ ହୋଇଛି ।

ତେବେ ସୂତ୍ର ଅନୁଯାୟୀ, ଭାରତୀୟ ଅଞ୍ଚଳରେ ତଥା ଏଲଏସି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚୀନ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସୁରକ୍ଷା ଏଜେନ୍ସିକୁ 4-6 ଟି ଉତ୍ସର୍ଗୀକୃତ ଉପଗ୍ରହର ଆବଶ୍ୟକତା ଅନୁଭବ ହୋଇଛି । ଅତି ଉଚ୍ଚ ରିଜୋଲୁସନ୍ ସେନ୍ସର ଏବଂ କ୍ୟାମେରାଯୁକ୍ତ ଏହି ଉପଗ୍ରହ ସାହାଯ୍ୟରେ ସେମାନେ ଅତି ନିକଟରୁ ତଦାରଖ କରିବାରେ ସକ୍ଷମ ହେବେ । ଏହି ଉପଗ୍ରହ ଦ୍ବାରା ଛୋଟ ଜିନିଷ ଏବଂ ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ ମଧ୍ୟ ସୁରକ୍ଷା ଏଜେନ୍ସି ନଜର ରଖିପାରିବ ।

ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ସଶସ୍ତ୍ର ବାହିନୀର ପ୍ରତିକୂଳ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପୂର୍ବରୁ କିଛି ସାମରିକ ଉପଗ୍ରହ ରହିଛି । କିନ୍ତୁ ସେହି ଦକ୍ଷତାକୁ ଆହୁରି ମଜବୁତ କରାଯିବା ଆବଶ୍ୟକ ବୋଲି ଏଜେନ୍ସି କହିଛି ।

ବର୍ତ୍ତମାନ ଚୀନ ସୈନ୍ୟମାନେ ପାଙ୍ଗୋଙ୍ଗ୍ ସୋ ହ୍ରଦ କୂଳରେ ଥିବା ଫିଙ୍ଗର ଅଞ୍ଚଳରେ ଅଛନ୍ତି । ଯେଉଁଠାରେ ସେମାନେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମନା କରୁଛନ୍ତି ଏବଂ ଫିଙ୍ଗର -5 ରେ ଏକ ପର୍ଯ୍ୟବେକ୍ଷଣ ପୋଷ୍ଟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଗୋଗ୍ରା ଅଞ୍ଚଳରେ ମଧ୍ୟ ସେମାନେ କିଛି ଭିତ୍ତିଭୂମି ବଜାୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.