ETV Bharat / bharat

ଦିଲ୍ଲୀ ଇଣ୍ଡିଆ ଗେଟରେ 144 ଧାରା ଲାଗୁ

author img

By

Published : Oct 2, 2020, 6:53 AM IST

ଆଜି ଦିଲ୍ଲୀ ଇଣ୍ଡିଆ ଗେଟରେ 144 ଧାରା ଲାଗୁ କରିଛି ଦିଲ୍ଲୀ ପୋଲିସ । ହାଥରସ ଘଟଣାକୁ ନେଇ ଗାନ୍ଧୀ ଜୟନ୍ତୀ ଅବସରରେ ବଡ ଧରଣ ପ୍ରଦର୍ଶନ କରାଯିବା ଆଶଙ୍କାରେ ପ୍ରତିବନ୍ଧକ ଲଗାଇଛି ପୋଲିସ । ଅଧିକ ପଢନ୍ତୁ...

ଦିଲ୍ଲୀ ଇଣ୍ଡିଆ ଗେଟରେ 144 ଧାରା ଲାଗୁ
ଦିଲ୍ଲୀ ଇଣ୍ଡିଆ ଗେଟରେ 144 ଧାରା ଲାଗୁ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମକୁ ଘଟଣାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳିଛି । ଘଟଣାକୁ ନେଇ କେତେକ ରାଜ୍ୟରେ ନ୍ୟାୟ ଦାବିରେ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ରାଜନୈତିକ ଦଳ ଯୋଗୀ ସରକାରଙ୍କ ରାଜ୍ୟରେ କାନୁନ ବ୍ୟବସ୍ଥା ଓ ମହିଳାଙ୍କ ସୁରକ୍ଷାକୁ ନେଇ କଡା ସମାଲୋଚନା କରୁଛନ୍ତି । ଆଜି ଗାନ୍ଧୀ ଜୟନ୍ତୀ ହୋଇଥିବାରୁ ଏହାକୁ ନେଇ ଜୋରଦାର ବିରୋଧ କରାଯିବା ବୋଲି ଆଶଙ୍କା ଦେଖାଦେଇଛି । ଯାହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଆଗୁଆ ପଦକ୍ଷେପ ସ୍ବରୂପ ଇଣ୍ଡିଆ ଗେଟରେ କଟକଣା ଲାଗୁ କରିଛି ।

ଦିଲ୍ଲୀ ପୋଲିସ ଶୁକ୍ରବାର ଦିନ(ଆଜି) ପାଇଁ ଇଣ୍ଡିଆ ଗେଟରେ ପ୍ରଦର୍ଶନ ଓ ଧାରଣାକୁ ହଟାଇବାକୁ ସେଠାରେ 144 ଧାରା ଲାଗୁ କରିଛି । ଇଣ୍ଡିଆ ଗେଟ ଓ ଏହାର ଆଖପାଖରେ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଟ୍ବିଟ କରି ପୋଲିସ ପକ୍ଷରୁ ସୂଚନା ଦେଇଛି। ତେବେ ଯଦି ସେମାନଙ୍କ ପାଖରେ ଧାରଣା ଦେବାର ଅନୁମତି ଅଛି, ତେବେ ସେମାନେ ଇଣ୍ଡିଆ ଗେଟ ଠାରୁ 3 କିଲୋମିଟର ଦୂରରେ ଥିବା ଜନ୍ତର ମନ୍ତରରେ ସମୁଦାୟ 100 ଲୋକ ଏକାଠି ହୋଇପାରିବେ।

ସୂଚନାଯୋଗ୍ୟ, ଗୁରୁବାର ଉତ୍ତରପ୍ରଦେଶ ହାଥରସର 20 ବର୍ଷୀୟ ପୀଡିତାଙ୍କ ପାଇଁ ଇଣ୍ଡିଆ ଗେଟ୍ ଠାରେ ଏକ ବୈଠକ ଯୋଜନା କରାଯାଇଥିଲା । ଯେଉଁଥିରେ ଗଣଦୁଷ୍କର୍ମ ଏବଂ ନିର୍ଦ୍ଦୟ ଅତ୍ୟାଚାର ନିର୍ଭୟା କାଣ୍ଡର ସ୍ମୃତିକୁ ତାଜା କରିଥିଲା ।

ସେପ୍ଟେମ୍ବର 28ରେ, ପଞ୍ଜାବ ଯୁବ କଂଗ୍ରେସର ପ୍ରାୟ 15-20 ଲୋକ ଆଇନରେ ପରିଣତ ହୋଇଥିବା କୃଷି ବିଲକୁ ବିରୋଧ କରି ଇଣ୍ଡିଆ ଗେଟରେ ଏକତ୍ରିତ ହୋଇ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ 6 ଜଣକୁ ଗିରଫ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.