ETV Bharat / bharat

ଜାନୁଆରୀ 8ରେ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ - କୋଭିଡ-19 ଟୀକାକରଣ

କୋଭିଡ-19 ଟୀକାକରଣର ଦ୍ବିତୀୟ ଡ୍ରାଏ ରନ୍ ଦେଶବ୍ୟାପୀ 8 ଜାନୁଆରୀରେ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଡ୍ରାଏ ରନର ଦ୍ବିତୀୟ ପର୍ଯ୍ୟାୟ
ଡ୍ରାଏ ରନର ଦ୍ବିତୀୟ ପର୍ଯ୍ୟାୟ
author img

By

Published : Jan 6, 2021, 6:55 PM IST

ନୂଆଦିଲ୍ଲୀ: କୋଭିଡ-19 ଟୀକାକରଣର ଦ୍ବିତୀୟ ଡ୍ରାଏ ରନ୍ ଦେଶବ୍ୟାପୀ 8 ଜାନୁଆରୀରେ ଆରମ୍ଭ ହେବ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ ବୋଲି ବୁଧବାର କେନ୍ଦ୍ର ସରକାର କହିଛନ୍ତି। ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା 2 ଜାନୁଆରୀରେ ସାରା ଦେଶରେ ପ୍ରଥମ ଡ୍ରାଏ ରନ୍ କରାଯାଇଥିଲା ।

ଯୋଜନା ଏବଂ କାର୍ଯ୍ୟାନ୍ବୟନ ମଧ୍ୟରେ ଥିବା ସଂଯୋଗକୁ ପରୀକ୍ଷଣ କରିବାକୁ ଏହି ଡ୍ରାଏ ରନ୍ କରାଯାଉଛି । ଚ୍ୟାଲେଞ୍ଜ ଗୁଡିକୁ ଚିହ୍ନିବା ହେଉଛି ଡ୍ରାଏ ରନର ଲକ୍ଷ୍ୟ । ଦେଶର ସମସ୍ତ 718 ଟି ଜିଲ୍ଲାରେ ଡ୍ରାଏ ରନ୍ ହେବ । ସରକାରଙ୍କ ଦ୍ବାରା ଟୀକାକରଣର ଘୋଷଣା ପରେ ଡ୍ରାଏ ରନ୍ ଆରମ୍ଭ ହୋଇଛି ।

ପ୍ରଥମ ଟିକା ଡ୍ରାଏ ରନ୍ 28 ଏବଂ 29 ଡିସେମ୍ବରରେ ସାତୋଟି ଜିଲ୍ଲା- କୃଷ୍ଣା (ଆନ୍ଧ୍ରପ୍ରଦେଶ), ରାଜକୋଟ ଏବଂ ଗାନ୍ଧିନଗର (ଗୁଜୁରାଟ), ଲୁଧିଆନା ଏବଂ ସହିଦ ଭଗତ ସିଂ ନାଗର (ପଞ୍ଜାବ) ଏବଂ ସୋନିତପୁର ଏବଂ ନାଲବାରୀ (ଆସାମ) ରେ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉକି,ଜାନୁଆରୀ 3 ରେ ଭାରତ ଦୁଇଟି କୋଭିଡ-19 ଟିକା- ଭାରତ ବାୟୋଟେକ ଦ୍ବାରା ନିର୍ମିତ କୋଭାକ୍ସିନ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ନିର୍ମିତ କୋଭିସିଲ୍ଡକୁ ତ୍ବରିତ ଅନୁମୋଦନ ପ୍ରଦାନ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.