ପାଟଣା: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଆଉ ଏହାକୁ ପ୍ରତିହତ କରିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏପଟେ ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଏବଂ ବିହାରର ବେଗୁସରାଇକୁ ଆସୁଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ବେଗୁସରାଇରେ ମେ 17 ପର୍ଯ୍ୟନ୍ତ ପ୍ରତିଦିନ ବାର ଘଣ୍ଟା ପାଇଁ ଲାଗୁ ହେବ 144 ଧାରା ।
ଜିଲ୍ଲାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସଂନ୍ଧ୍ୟା 7ରୁ ସକାଳ 7 ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଗୃହ ମନ୍ତ୍ରଣାଳୟ ଦେଶବ୍ୟାପୀ ଲକଡାଉନକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ମଙ୍ଗଳବାର ଡିଏମ ଅରବିନ୍ଦ କୁମାର ବର୍ମାଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ବୁଧବାର ସକାଳ ସୁଦ୍ଧା ବିହାରରେ 536 COVID-19 ମାମଲା ରହିଛି, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିସାରିଛି ।
@ANI