ଭୋପାଳ: ମଧ୍ୟପ୍ରଦେଶର ରାଜନୈତିକ ଟଣା ଓଟରା ମଧ୍ୟରେ ସମ୍ପୂର୍ଣ୍ଣ ବାଜିକୁ ନିଜ ପଟକୁ କରିନେଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଉପରେ ନାରାଜ ଥିବା ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି । ଏହାପରେ ଅନୁମାନ କରାଯାଉଛି ଯେ ଆଉ କିଛି ଘଟଣା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ।
ମଧ୍ୟ ପ୍ରଦେଶ ସରକାରରେ ଅସ୍ଥିରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ଦଳିୟ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ଏହି ବୈଠକରେ କଂଗ୍ରେସ ନେତା ଦିଗବିଜୟ ସିଂହ, ଜିତୁ ପଟଓ୍ବାରୀ, ବାଲା ବଚ୍ଚନ, ସଜ୍ଜନ ସିଂହ ବର୍ମା, ସୁରେନ୍ଦ୍ର ସିଂହ, ବାଘେଲ ଉପସ୍ଥିତ ରହିଛନ୍ତି ।
ସେପଟେ ପାଖାପାଖି 1 ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବୈଠକ ହୋଇଛିା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଶାହାଙ୍କ କାରରେ ସିନ୍ଧିଆ ବିଜେପି ମୁଖ୍ୟାଳୟରୁ ବାହାରିଛନ୍ତି ।
ମଧ୍ୟପ୍ରଦେଶ ମହାଡ୍ରାମାରେ ଘଡିକେ ଘୋଡା ଛୁଟୁଛି । ସିନ୍ଧିଆ ମୋଦି ଓ ଶାହଙ୍କୁ ଭେଚିବା ପରେ କମଲନାଥଙ୍କ ହାତରୁ ସରକାର ଖସୁଥିବା ନଜର ଆସୁଛି । ଏହି ରାଜନୈତିକ ଡ୍ରାମା ମଧ୍ୟରେ କମଲନାଥଙ୍କ ହୋଲିର ରଙ୍ଗ ମଧ୍ୟ ଫିକା ପଡିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ