ETV Bharat / bharat

ଜୀବାଣୁ ମୁକ୍ତ କରିବ ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ - ପ୍ରତିଷେଧକ ସ୍ପ୍ରେ ୟୁନିଟ

ଦୁର୍ଗାପୁରର ସିଏସଆଇଆର-ସିଏମଇଆରଆଇ ବୈଜ୍ଞାନିକମାନେ ବାହାର କରିଛନ୍ତି ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ । ଛୋଟ ଛୋଟ ସୂକ୍ଷ୍ମ ଜୀବାଣୁ ଓ ବ୍ୟାକ୍ଟେରିଆଙ୍କ କବଳରୁ ଏହି 2ଟି ୟୁନିଟ୍ ରକ୍ଷା କରିପାରିବେ । ଅଧିକ ପଢନ୍ତୁ...

ସୂକ୍ଷ୍ମ ଜୀବାଣୁମୁକ୍ତ କରିବେ ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ
ଜୀବାଣୁ ମୁକ୍ତ କରିବେ ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ
author img

By

Published : May 16, 2020, 10:03 PM IST

ହାଇଦ୍ରାବାଦ: ଦୁର୍ଗାପୁରର ସିଏସଆଇଆର-ସିଏମଇଆରଆଇ ବୈଜ୍ଞାନିକମାନେ ବାହାର କରିଛନ୍ତି ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ । ଏହିପରି 2ଟି ୟୁନିଟ ବାହାର କରିଛନ୍ତି ବୈଜ୍ଞାନିକ । ଛୋଟ ଛୋଟ ସୂକ୍ଷ୍ମ ଜୀବାଣୁ ଓ ବ୍ୟାକ୍ଟେରିଆଙ୍କ କବଳରୁ ଏମାନେ ରକ୍ଷା କରିପାରିବେ ବୋଲି ସୂଚନା ରହିଛି ।

ଏହି 2ଟି ମୋବାଇଲ ଇଣ୍ଡୋର ପ୍ରତିଷେଧକ ସ୍ପ୍ରେ ୟୁନିଟ ହେଲେ ବ୍ୟାଟେରୀ ପାୱାରଡ ଡିସଇନଫେକ୍ଟ ସ୍ପ୍ରେୟର(ବିପିଡିଏସ) ଏବଂ ପିନ୍ୟୁମେଟିକାଲି ଓପରେଟେଡ ମୋବାଇଲ ଇଣ୍ଡୋର ଡିସେଇନଫେକସନ(ପୋମିଡ) । ଏହି ଦୁଇଟି ୟୁନିଟ୍ ଦ୍ବାରା ଛୋଟ ଛୋଟ ଜୀବାଣୁ ସଫା ହୋଇପାରିବ । କ୍ଷୁଦ୍ର ଓ ସୂକ୍ଷ୍ମ ବ୍ୟାକ୍ଟେରିଆଙ୍କୁ ଏମାନେ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବେ । କମ୍ପ୍ୟୁଟର କିବୋର୍ଡ, ଟେବୁଲ, କବାଟର କୋଣ, କାର୍ଡବୋର୍ଡ, ସ୍ମାର୍ଟଫୋନର ଡିସପ୍ଲେ, ଟଏଲେଟ୍ ଫ୍ଲସ, ପରଦା ଆଦିରେ ଭୂତାଣୁ ଅଧିକ ରହିବାର ସମ୍ଭାବନା ଥାଏ । ଏସବୁ ଜାଗାରୁ ମଣିଷ ଶରୀରକୁ ଏହା ଖୁବଶୀଘ୍ର ବ୍ୟାପିପାରେ । ପୂର୍ବରୁ ସମସ୍ତ ଜାଗାରେ ପ୍ରତିଷେଧକ ବ୍ୟବସ୍ଥା ହୋଇପାରୁଥିଲା । ମାତ୍ର ଛୋଟ ଛୋଟ ସାମଗ୍ରୀ ପାଇଁ ଏହି ବ୍ୟବସ୍ଥା ପ୍ରଥମ ଥର ବାହାରିଛି ।

ଏହି ୟୁନିଟର ବାରମ୍ବାର ବ୍ୟବହାର ଦ୍ବାରା ଏହି ସମସ୍ତ ଜାଗାରୁ ମଣିଷ ଶରୀର ପ୍ରତି କୋରୋନା ଭୂତାଣୁ ସଂକ୍ରମଣର ଆଶଙ୍କା କମ ହୋଇପାରିବ । କାରଣ ଜଣେ ବ୍ୟକ୍ତି ଦିନ ଭିତରେ ଏହି ସବୁ ଜାଗା ଅଧିକ ଥର ଛୁଇଁଥାଏ । ଉଭୟ ବିପିଡିଏସ ଓ ପୋମିଡରେ ଦୁଇସ୍ତରୀୟ ସ୍ପ୍ରେ ୟୁନିଟ ରହିଛି । ଏହାସହ ଭିତର ଅଞ୍ଚଳକୁ ସଫା କରିବା ପାଇଁ ଅଲଗା ଅଲଗା ଷ୍ଟୋରେଜ ଟ୍ୟାଙ୍କ ରହିଛି । ପୋମିଡ ୟୁନିଟ ଷ୍ଟିଲ ଫ୍ରେମରେ ତିଆରି ହୋଇଛି । ଏଥିରେ କମ୍ପ୍ରେସର, ପାଇପ ଓ ଫିଟିଙ୍ଗ ସହ ସ୍ପ୍ରେ ନୋଜଲ ରହିଛି । ଏହାର ଦୁଇଟି ଷ୍ଟୋରେଜ ଟ୍ୟାଙ୍କ ରହିଛି । ପ୍ରତି ଟ୍ୟାଙ୍କର କ୍ଷମତା 10 ଲିଟର ବୋଲି ଜଣାପଡିଛି । ସେହିପରି ବିପିଡିଏସ ଏକ କୋର୍ଡଲେସ ମେସିନ ଯାହାର 2ଟି ନୋଜଲ ସ୍ପ୍ରେ ରହିଛି । ଏହାର କ୍ଷମତା 20 ଲିଟର ଏବଂ ଥରେ ଚାର୍ଜ ହେଲେ ଏହା 4 ଘଣ୍ଟା କାମ କରିବ ।

ମାର୍କେଟରେ ମିଳୁଥିବା ଅଧିକାଂଶ ପ୍ରତିଷେଧକ ସ୍ପ୍ରେ ସିଙ୍ଗଲ ଚ୍ୟାମ୍ବର ଦ୍ବାରା କାର୍ଯ୍ୟକାରୀ । ଯେବେକି ସିଏସଆଇଆର-ସିଏମଇଆରଆଇର ଦ୍ବାରା ପ୍ରସ୍ତୁତ ଏହି ଦୁଇଟି ସ୍ପ୍ରେର ଡବଲ ଚ୍ୟାମ୍ବର ଷ୍ଟୋରେଜ ରହିଛି । ଏହା ଛୋଟ ଛୋଟ ଜୀବାଣୁ ଖୋଜି ସଫା କରିପାରିବ । ଫଳରେ ଏହାଦ୍ବାରା କୋରୋନା ଭୂତାଣୁ ବ୍ୟାପିବାରୁ ରକ୍ଷା ମିଳିପାରିବ ବୋଲି ରିସର୍ଚ୍ଚରମାନେ ଆଶା ପ୍ରକଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.