ହାଇଦ୍ରାବାଦ: ଗତ ଶନିବାର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ହାଇଦ୍ରାବାଦରେ ଜୟ ଶଙ୍କର ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ବବିଦ୍ୟାଳୟର 'ପ୍ରଫେସର ଏଗ୍ରି ଇନଭେସନ ଏଣ୍ଡ କନଫ୍ରେନ୍ସ'ର ଦ୍ବିତୀୟ ସଂସ୍କରଣରେ ଯୋଗଦେଇଥିଲେ । ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ବୈଜ୍ଞାନିକ ଓ ଗବେଷକ ମାନଙ୍କୁ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆହ୍ବାନ ଦେଇଛନ୍ତି ।
ନିଜର ଅଧ୍ୟୟନ ସହିତ ବଳକା ସମୟରେ କୃଷକ ମାନଙ୍କ ସହିତ ମିଶି ସମସ୍ୟା ଓ ଚାଷ ପଦ୍ଧତି ବିଷୟରେ ଉପରେ ଆଲୋଚନା କରିବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବା ପାଇଁ ଛାତ୍ରମାନଙ୍କୁ ଉପଦେଶ ଦେଇଛନ୍ତି ଉପରାଷ୍ଟ୍ରପତି । । ଦେଶରେ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି । ଭାରତ ଭଳି କୃଷି ପ୍ରଧାନ ଦେଶରେ ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା କଥା ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
କୃଷକ ମାନଙ୍କୁ ପାରମ୍ଫାରିକ ଫସଲ ବ୍ୟତୀତ ନୂତନ ଫସଲ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଆବଶ୍ୟକତା ରହିଛି । କୃଷକ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଆୟ ବୃଦ୍ଧି କରିବା ପାଇଁ କୁକୁଡା ପାଳନ,ଡାୟରୀ ଫାର୍ମ,ଉଦ୍ୟାନ କୃଷି ସହିତ ମାଛ ଚାଷ କରିବା ଉପରେ ସହାୟତା ପ୍ରଦାନ କରିବା ପାଇଁ ଜୋର ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ