ETV Bharat / bharat

କୋରୋନା ଆତଙ୍କ: ବେଙ୍ଗାଲୁରୁ ଓ ଲେହରେ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ

author img

By

Published : Mar 9, 2020, 12:01 PM IST

କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଓ ଲେହରେ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ । ଅଧିକ ପଢନ୍ତୁ...

କୋରୋନା ଆତଙ୍କ
bengaluru

ବେଙ୍ଗାଲୁରୁ/ଲେହ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ କୋରାନକୁ ନେଇ ରାଜ୍ୟସରକାରଙ୍କ ସତର୍କତା । ଦକ୍ଷିଣ ବେଙ୍ଗାଲୁରୁ, ଉତ୍ତର ବେଙ୍ଗାଲୁରୁ ଏବଂ ବେଙ୍ଗାଲୁରୁ ଗ୍ରାମରେ ଥିବା ସମସ୍ତ ପ୍ରି-କେଜି, LKG ଏବଂ UKG ଶ୍ରେଣୀଗୁଡିକ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ଲେହରେ ମଧ୍ୟ ସମସ୍ତ ବିଦ୍ୟାଳୟ ଆସନ୍ତା 31ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି ।

ଏସମ୍ପର୍କରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ସୁରେଶ କୁମାର ମଧ୍ୟ ଟ୍ବିଟ କରି ଜଣାଇଛନ୍ତି । ସେ କହିଛନ୍ତିଯେ ବାଙ୍ଗାଲୋରର ଉତ୍ତର, ଦକ୍ଷିଣ ଏବଂ ଗ୍ରାମାଞ୍ଚଳର LKG ଏବଂ UKG ସ୍କୁଲ ଗୁଡ଼ିକୁ ରବିବାର ଠାରୁ ଛୁଟି ଘୋଷଣା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା, ଭାରତରେ କୋରୋନା ଭାଇରସର 40ଟି ପଜେଟିଭ ଥିବା ଜଣାପଡିଛି । ଏଥିରେ ବହୁ ସଂଖ୍ୟକ ଇଟାଲୀୟ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ନିଶ୍ଚିତ ହୋଇଥିବା କୋଭିଡ-19 ମାମଲା ସଂଖ୍ୟା 101,000 ଅତିକ୍ରମ କରିଛି, ଯେଉଁଥିରେ 3,400ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 55,800 ଜଣ ଭଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.