ETV Bharat / bharat

ଶିକ୍ଷକଙ୍କ ବଦଳି ଶୁଣି ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ, ଭିଡ଼ିଓ ଭାଇରାଲ - ଶିଷକଙ୍କ ବଦଳି ଖବର

ପିତୃତୁଲ୍ୟ ଶିଷକଙ୍କ ବଦଳି ଖବର ଶୁଣି ଶିକ୍ଷକଙ୍କୁ ଧରି ବିକଳରେ ବାହୁନି ବାହୁନି କାନ୍ଦୁଥିଲେ ଛାତ୍ରଛାତ୍ରୀ । ଏହି ଭାବପୂର୍ଣ୍ଣ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶ କଟନି ଜିଲ୍ଲାର ଏକ ସ୍କୁଲରୁ ଆସିଛି ଏହି ଭିଡିଓ ।

ଡିଜାଇନ ଫଟୋ
author img

By

Published : Aug 20, 2019, 12:42 PM IST

Updated : Aug 20, 2019, 12:57 PM IST

ଭୋପାଳ: କୋହ ସମ୍ଭାଳି ନପାରି ଭୋ ଭୋ ହେଇ କାନ୍ଦୁଥିଲେ ସବୁ ଛାତ୍ରଛାତ୍ରୀ । ଆଖିରେ ଥିଲା ଆଖିଏ ଲୁହ ଆଉ ପାଖରେ ଥିଲେ ଅତିପ୍ରିୟ ଶିକ୍ଷକ । ସାର୍‌ଙ୍କ ସ୍ନେହ, ସ୍କୁଲରେ ପାଲଟିଥିଲା ପିଲାମାନଙ୍କ ଏକ ଜୀବନର ଅଂଶ । ପିତୃତୁଲ୍ୟ ଶିଷକଙ୍କ ବଦଳି ଖବର ଶୁଣି ଶିକ୍ଷକଙ୍କୁ ଧରି ବିକଳରେ ବାହୁନି ବାହୁନି କାନ୍ଦୁଥିଲେ ଛାତ୍ରଛାତ୍ରୀ । ଏହି ଭାବପୂର୍ଣ୍ଣ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶ କଟନି ଜିଲ୍ଲାର ଏକ ସ୍କୁଲରୁ ଆସିଛି ଏହି ଭିଡିଓ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ସୂଚନା ଅନୁସାରେ ମଧ୍ୟପ୍ରଦେଶ କଟନିରେ ଥିବା ଢିମରଖେଡ଼ା ତହସିଲସ୍ଥିତ ତିଲମନ ଗ୍ରାମର ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଗଣିତ ଶିକ୍ଷକ ମଙ୍ଗଳଦୀନ ପଟେଲଙ୍କ ସହରର ଅନ୍ୟ ଏକ ବିଦ୍ୟାଳୟଙ୍କୁ ବଦଳି ହୋଇଯାଇଥିବା ଖବର ପାଇ ଭାବୁକ ହୋଇଯାଇଥିଲା ଛାତ୍ରଛାତ୍ରୀ । ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ ପ୍ରିୟ ଶିକ୍ଷକଙ୍କୁ ଜାବୁଡି ଧରି । ଶିକ୍ଷକ ବି ନିଜ ଲୁହକୁ ଅଟକାଇ ପାରି ନଥିଲେ । ବିଦ୍ୟାଳୟରେ ଏକ ପ୍ରକାର ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଶିକ୍ଷକ ଓ ଛାତ୍ର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ସମ୍ପର୍କ ବେଶ୍ ଗଭୀର, ପବିତ୍ର ଆଉ ଶୁଦ୍ଧ । ବର୍ତ୍ତମାନ ସମାଜରେ କିଛି ଅଳ୍ପସଂଖ୍ୟାକ ଶିକ୍ଷକଙ୍କ ପାଇଁ ସମଗ୍ର ଶିକ୍ଷକ ଜାତି କଳଙ୍କିତ ହୋଉଛନ୍ତି । ଆଗ ଭଳି ଗୁରୁ ଶିଷ୍ୟ ସମ୍ପର୍କ ନାହଁ । ହେଲେ ଶିକ୍ଷକଙ୍କ ପ୍ରତି ଏଭଳି ଭଲ ପାଇବା ଦୃଶ୍ୟ ଦେଖିଲେ ଯେ କେହି ବି ଲୁହ ଅଟକାଇ ପାରିବ ନାହିଁ ।

Intro:Body:

blank

Conclusion:
Last Updated : Aug 20, 2019, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.