ପାଟନା: ବିହାରରେ ଜାରି ରହିଥିବା ପ୍ରବଳ ଖରା ଓ ଲୁ' ନେଇ 3 ଦିନରେ ଗଲାଣି ପ୍ରାୟ 183 ଜୀବନ । ଏବେ ବି ଡାକ୍ତରଖାନାରେ ଭର୍ତ୍ତି ରହିଛନ୍ତି ଅନେକ ଲୁ' ଆକ୍ରାନ୍ତ । ପାଟନା ସମେତ ପ୍ରମୁଖ ସହରରେ ତାପମାତ୍ରା 45 ଡିଗ୍ରୀ ପାଖାପାଖି ରହିଛି । ଏନେଇ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।
ଅନ୍ୟପଟେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଗୟାରେ 144 ଧାରା ଜାରିହୋଇଛି । ଏଭଳି ସ୍ଥିତିରେ ଶିକ୍ଷା ବିଭାଗ ପକ୍ଷରୁ ୨୨ ତାରିଖ ଯାଏଁ ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ 22 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକୁ 30 ତାରିଖ ପର୍ଯ୍ୟନ୍ତ ସକାଳୁ କରାଯିବ ।
ଗୟାରେ କେବଳ ସ୍କୁଲ ନୁହେଁ, ମଜୁରିଆଙ୍କ କାମ ମଧ୍ୟ ଦିନ 11ଟାରୁ 4 ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ନିର୍ମାଣ କାମ ଓ କୌଣସି ଖୋଲା ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବାରଣ କରାଯାଇଛି । ନିଜକୁ ଏହି ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ପାଣି ପିଇବା ପାଇଁ କୁହାଯାଇଛି ।