ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ କୋରୋନା ସଂକ୍ରମଣ ହେତୁ 48 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ସମୟ ମଧ୍ୟରେ ପ୍ରାୟ 1239 ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା 27,892 କୁ ବୃଦ୍ଧି ପାଇଛି । ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ଏବଂ ମନ୍ଦିରକୁ ଏକ କ୍ବାରେଣ୍ଟାଇନ କେନ୍ଦ୍ର କରାଯାଇଛି।
ତିରୁମାଲା-ତିରୁପତି, ଶ୍ରୀକାଲାହାସ୍ତି, କନିପକକମ୍ ମନ୍ଦିରର ବୋର୍ଡ କୋରୋନା ସଂକ୍ରମିତଙ୍କ ଯତ୍ନ ନେବା ପାଇଁ କିଛି ବିଲଡିଂ ଦେଇଛି । ବର୍ତ୍ତମାନ ପ୍ରତ୍ୟେକ ଧର୍ମର ଲୋକଙ୍କୁ ଏହି ମନ୍ଦିରଗୁଡ଼ିକରେ ରଖାଯାଉଛି । କେତେକ ବିଲଡିଂରେ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି । ତେବେ ଭକ୍ତ ତଥା ରାଜସ୍ୱ ଅନୁଯାୟୀ ତିରୁମାଲା-ତିରୁପତି ଦେବସ୍ଥାନ ବିଶ୍ୱର ସବୁଠାରୁ ବଡ ମନ୍ଦିର ଭାବରେ ପରିଗଣିତ ହୁଏ । ଏହି ମନ୍ଦିର ନିକଟରେ ଅନେକ ଗେଷ୍ଟହାଉସ୍ ଏବଂ ଲଜ୍ ଅଛି । କୋରୋନା ସଙ୍କଟ ସମୟରେ ଭୂମିହୀନ ଏବଂ ପ୍ରବାସୀ ଶ୍ରମିକମାନେ ଏଠାରେ ରଖିବା ନେଇ ବନ୍ଦୋବସ୍ତ କରାଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳ, ବିଭିନ୍ନ ଧର୍ମ ଏବଂ ବିଭିନ୍ନ ଜାତିର ଲୋକ ଅନ୍ତର୍ଭୁକ୍ତ ।
ଏହି ମନ୍ଦିରଗୁଡ଼ିକରେ ଲକଡାଉନ ସମୟରେ ଅନ୍ୟ ରାଜ୍ୟରୁ ପ୍ରବାସୀମାନଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ତିରୁମାଲା ତିରୁପତି ଦେବସ୍ଥାନମ୍ ଏହାର ଦୁଇଟି ବଡ଼ ଲଜ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଲୋକଙ୍କ ରହିବା ଏବଂ ଆକ୍ରାନ୍ତଙ୍କୁ ରଖିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଦେଇଛନ୍ତି। ଏହାସହ ତିରୁପତି ନିକଟ ରେନିଗୁନ୍ତା ରାଜପଥ ନିକଟରେ ପ୍ରସ୍ତୁତ ପଦ୍ମାବତୀ ନୀଲୟମକୁ କୋଭିଡ-19 ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇରେ ରଖିବାକୁ ଦିଆଯାଇଛି।
ମନ୍ଦିର ଗେଷ୍ଟ ହାଉସରେ ରହୁଥିବା ଲୋକଙ୍କ ଖାଦ୍ୟ ପାଇଁ ମନ୍ଦିର ବୋର୍ଡ ଦ୍ୱାରା ମଧ୍ୟ ବ୍ୟବସ୍ଥା କରାଯାଉଛି। ତିରୁମାଲା-ତିରୁପତି ଦେବସ୍ଥାନମ୍ ମଧ୍ୟ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି | କୋରୋନା ସଙ୍କଟର ଏହି ସମୟରେ ପ୍ରତିଦିନ ଏକ ଲକ୍ଷ 40 ହଜାର ଖାଦ୍ୟ ପ୍ୟାକେଟ୍ ଯୋଗାଇ ଦିଆଯାଉଛି । ପ୍ରତିଷ୍ଠାନର ଜନସମ୍ପର୍କ ଅଧିକାରୀ ରବି କହିଛନ୍ତି ଯେ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆମେ 500 କର୍ମଚାରୀଙ୍କୁ ନିୟୋଜିତ କରିଛୁ। ଆମେ ଅପରାହ୍ନରେ 70 ହଜାର ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରୁ ଏବଂ ସନ୍ଧ୍ୟାରେ ସମାନ ପ୍ୟାକେଟ୍ ପ୍ରସ୍ତୁତ । ଆମର ପ୍ରୟାସ ହେଉଛି ଏହି ସଙ୍କଟରେ କୌଣସି ବ୍ୟକ୍ତି ଭୋକିଲା ନ ଶୋଉ ।