ETV Bharat / bharat

ନିଲମ୍ବିତ ହେଲେ SCBA ସଚିବ ଅଶୋକ ଅରୋରା - ଏସସିବିଏ ସଚିବ ଅଶୋକ ଆରୋରା

ସୁପ୍ରିମକୋର୍ଟ ବାର ଆସୋସିଏସନର କାର୍ଯ୍ୟନିର୍ବାହୀ କମିଟି, ସଚିବ ଅଶୋକ ଅରୋରାଙ୍କୁ ନିଲମ୍ବନ କରିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିବା ଏକ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ନିଲମ୍ବିତ ହେଲେ ଏସସିବିଏ ସଚିବ ଅଶୋକ ଆରୋରା
ନିଲମ୍ବିତ ହେଲେ ଏସସିବିଏ ସଚିବ ଅଶୋକ ଆରୋରା
author img

By

Published : May 9, 2020, 12:29 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ(ଏସସିବିଏ)ର କାର୍ଯ୍ୟନିର୍ବାହୀ କମିଟି(ଇସି) ସଚିବ ଅଶୋକ ଆରୋରାଙ୍କୁ ନିଲମ୍ବନ କରିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିବା ଏକ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ବରିଷ୍ଠ ଓକିଲ ଦୁଶାନ୍ତ ଡାଭେଙ୍କୁ ବାର ଆସୋସିଏସନ ସଭାପତି ପଦରୁ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ କମିଟି ସଚିବ ଏକ ବୈଠକ ଡାକିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କାର୍ଯ୍ୟନିର୍ବାହୀ କମିଟି ଓ ତିନି ଜଣିଆ ପ୍ୟାନେଲ ଦ୍ବାରା ସାଧାରଣ ପରିଷଦ ବୈଠକକୁ ବାତିଲ କରାଯାଇଥିବା ବେଳେ ଆରୋରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ଏସସିବିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେହିପରି ସଂଖ୍ୟାଗରିଷ୍ଠ ମତ ଆଧାରରେ କାର୍ଯ୍ୟନିର୍ବାହୀ କମିଟି ଆରୋରାଙ୍କ ନିଲମ୍ବନ କରିଥିବା ସେ ପ୍ରକାଶ କରିଛନ୍ତି । ଏହା ସହ ଡାଭେଙ୍କୁ ଭୋଟିଂ ପାଇଁ ବାରଣ କରାଯାଇଥିଲା ।

ଏକ ବିବୃତ୍ତିରେ ଆରୋରା କହିଥିଲେ, ଡାଭେ ଏକ ବର୍ଷ ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସାଧାରଣ ପରିଷଦ ନିଲମ୍ବିତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହ ଆରୋରା କହିଛନ୍ତି, ‘ବିଭିନ୍ନ ସମୟରେ ସଭାପତି ଓ ତାଙ୍କ ସହକାରୀ ମାନେ ମତେ ଧମକ ଦେଉଥିଲେ, ଆଇନଗତ ଆବଶ୍ୟକତା ପାଇଁ ମୁଁ ତାର ପ୍ରମାଣ ରଖିଛି । ’ ସେମାନେ ଅରୋରାଙ୍କୁ ଅସ୍ପଷ୍ଟ ତଥା ଭିତ୍ତିହୀନ ଅଭିଯୋଗରେ ନିଲମ୍ବନ କରିଥିବା ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ବେଆଇନ କାର୍ଯ୍ୟରେ ସେ ବାଧା ଦେବାରୁ ତାଙ୍କୁ ବହିଷ୍କାର କରିଥିବା ବେଳେ ଏହା ଦ୍ବାରା ଏହି ସମ୍ମାନଜନକ ବାରର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ସେ କହିଛନ୍ତି ।

ଫେବୃଆରୀ 22ରେ ବିଚାରପତି ଅରୁଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ଏସସିବିଏର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହାପରେ ଫେବୃଆରୀ 25ରେ, ଏହି ମତ ବିରୁଦ୍ଧରେ ଡାଭେ ଏକ ରିଜୋଲ୍ୟୁସନ ଜାରି କରିଥିଲେ । ଯେଉଁଥିରେ ଜଷ୍ଟିସ ମିଶ୍ରଙ୍କ ବିବୃତ୍ତିରେ ଦୁଃଖ ପ୍ରକାଶ କରାଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତିରେ ସଚିବ ଦସ୍ତଖତ କରି ନଥିବାରୁ କୌଣସି ରିଜୋଲ୍ୟୁସନ ପାରିତ ହୋଇ ନଥିବା ଅରୋରା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.