ETV Bharat / bharat

ଲକଡାଉନରେ କର୍ମଚାରୀଙ୍କୁ ପୂର୍ଣ୍ଣଦରମା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Jun 12, 2020, 7:08 AM IST

ଆଜି (ଶୁକ୍ରବାର) ସୁପ୍ରିମକୋର୍ଟରେ ଲକଡାଉନ ଅବଧି ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦେବା ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରାଯିବ । ଅଧିକ ପଢନ୍ତୁ...

ଲକଡାଉନରେ କର୍ମଚାରୀଙ୍କୁ ପୂର୍ଣ୍ଣଦରମା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଲକଡାଉନରେ କର୍ମଚାରୀଙ୍କୁ ପୂର୍ଣ୍ଣଦରମା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ସୁପ୍ରିମକୋର୍ଟରେ ଲକଡାଉନ ଅବଧି ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦେବା ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରାଯିବ । 54 ଦିନ ମଧ୍ୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଦେବା ପାଇଁ ଗୃହମନ୍ତ୍ରଣାଳୟର ପକ୍ଷରୁ ଜାରି ନିର୍ଦ୍ଦେଶାନାମାକୁ ବିରୋଧ କରି ଏକାଧିକ ଘରୋଇ କମ୍ପାନୀ ଏହି ପିଟିସନ ଦାଖଲ କରିଥିଲେ ।

ପୂର୍ବରୁ ଜୁନ 4ତାରିଖରେ ସୁପ୍ରିମକୋର୍ଟରେ କର୍ମଚାରୀଙ୍କ ଦରମା ସଂକ୍ରାନ୍ତୀୟ ଏକ ଶୁଣାଣି ହୋଇଥିଲା । ଏଥିରେ କର୍ମଚାରୀ ଓ ନିଯୁକ୍ତିଦାତା ମଧ୍ୟରେ 54 ଦିନ ଲକଡାଉନ ଅବଧିର ଦରମା ସଂକ୍ରାନ୍ତରେ ବୁଝାମଣା ପାଇଁ କୁହାଯାଇଥିଲା ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଏମ ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏଥିରେ କେତେକ ପିଟିସନର ଶୁଣାଣି ହୋଇଥିବା ବେଳେ ଅନ୍ୟ ପିଟିସନର ଆଜି ଶୁଣାଣି କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.